*ଏକଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ,*
ନୂଆପଡା(ମିଖାଏଲ ନନ୍ଦ)
ତା:୧୧.୦୬.
ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ରେ ଏକ ଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାସ ମୁଖ୍ୟ ଅତିଥି,ଶ୍ରୀ ସରୋଜ କୁମାର ସାହୁ (ଭୈରବ) ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଳ୍ଲାପାଳ ଆଜି ମଧ୍ୟ ନିଜର କର୍ମମୟ ଜୀବନର ଫାଙ୍କା ସମୟରେ ଖେଳ ପ୍ରେମୀଙ୍କୁ ଉତ୍ସାହିତ କରିବା ସହ ବ୍ୟାଡମିଣ୍ଟନ ଖେଳିବା ପାଇଁ ଆହ୍ୱାନ କରିଥିଲେ। ଯୁବକ ଯୁବତୀ ତଥା ସମସ୍ତ ବୟସ୍କ ବନ୍ଧୁ ମାନଙ୍କୁ ଅନୁରୋଧ କରିଥିଲେ ଆପଣ ମାନେ ମଧ୍ୟ ଏହି ସୁନ୍ଦର ଖେଳ ଖେଳି ନିଜର ସ୍ୱାସ୍ଥ୍ୟ କୁ ସୁନ୍ଦର ରଖି ପାରିବେ।।ଅନ୍ୟ ଜିଲ୍ଲା ରୁ ଆସିଥିବା ସମସ୍ତ ଖେଳାଳି ମାନଙ୍କୁ ସ୍ୱାଗତ ଏଵଂ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆମ ନୂଆପଡା ର ବ୍ୟାଡମିଣ୍ଟନ ପ୍ରତି ଭଲ ପାଇବାର ଓ ନୂତନ କିଛି ଜାଣିବାର ଜିଜ୍ଞାସା ଟାଣି ଆଣିଥାଏ ଖେଳ ଖେଳାଳି ଙ୍କୁ ଭଲ ପାଉଥିବା ମଣିଷଙ୍କୁ। ଶ୍ରୀଯୁକ୍ତ ଭୈରବ ସାହୁ ବ ନୂଆପଡା ଜିଲ୍ଲା କ୍ରିକେଟ୍ ସଂଘର ସମ୍ପାଦକ ହେଲେ ଅନ୍ୟ ଖେଳ ଓ ଖେଳାଳିଙ୍କ ପ୍ରତି ମଧ୍ୟ ଯଥେଷ୍ଟ ସମ୍ମାନ ପ୍ରଦାନ କରିଥାନ୍ତି। ଆନ୍ତଃ ରାଜ୍ୟ ସ୍ତରୀୟ ବେଡମିଣ୍ଟନ୍ ପ୍ରତିଯୋଗୀତା ପାଇଁ ନିଷ୍ପତ୍ତି ନେଇ ସମସ୍ତ ସୁବିଧା ଯୋଗାଇଦେବେ ପ୍ରତିଶ୍ରୁତି । ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
