ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୃର୍ବୁତ୍ତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏଥିରୁ ସୋର ମଧ୍ୟ ବାଦ୍ ପଡ଼ିନାହିଁ। ଗତକାଲି ରାତିରେ ସୋରରେ ଜଣେ ଯୁବକଙ୍କୁ କିଛି ଦୃର୍ବୁତ୍ତ ମାନେ ଗୋଡାଇ ଗୋଡ଼ାଇ ହାଣିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଗତ ରାତିରେ ୧୧ ପାଖାପାଖି ସମୟରେ ସଂଗ୍ରାମ ଗୁଇଁ (୩୪)ଉତ୍ତରେଶ୍ଵର ରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ସୋର ବସ୍ ଷ୍ଟାଣ୍ଡ ନିକଟରେ ପଛରୁ କିଛି ଦୃର୍ବୁତ୍ତ ମାନେ ଅତର୍କିତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ଶିକାର ହୋଇ ସଂଗ୍ରାମ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ଶ୍ରୀ ଗୁଇଁ ରକ୍ତାକ୍ତ ଅବସ୍ଥାରେ ନିଜେ ଗାଡି ଚଲାଇ ସୋର ଡାକ୍ତରଖାନା କୁ ଯାଇଥିଲେ।ପରେ ଖବର ପାଇଁ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ରୀଯୁକ୍ତ ଗୁଇଁ ଙ୍କ ସ୍ଵାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଉଲ୍ଲେଖ ଥାଉକି ଥାନା ନିକଟରୁ ଵସ ଷ୍ଟାଣ୍ଡ ମାତ୍ର ୧୫୦ ମିଟର ଦୂର। କିଛି ଦିନ ହେବ ସୋର ଥାନା ରେ ଆଇଆଇସି ପଦ ଫାଙ୍କା ପଡିଛି।ତେବେ କେଉଁ କାରଣରୁ ତାଙ୍କୁ ଆକ୍ରମଣ କରାଗଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ମୂଳେ ପୁଲିସ ୪୯୦/୨୬ ରେ ଏକ ମାମଲା ରୁଜୁ କରି ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।
