*ଜିଲ୍ଲାର ଜେଞ୍ଜରା ଗ୍ରାମ ସହ ଓଡ଼ିଶାର ବିଭିନ୍ନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୨୦୪ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ଭିତ୍ତିପ୍ରସ୍ତର ସ୍ଥାପନ*
ନୂଆପଡା( ମିଖାଏଲ ନନ୍ଦ)
ତା:୦୭.୦୬.
ନୂଆପଡ଼ା ଜିଲ୍ଲାର ଜେଞ୍ଜରା ଗ୍ରାମ ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ୨୦୪ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ବିଦ୍ୟାଳୟ ରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସାଙ୍ଗକୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ଏକ ନୂତନ ଦିଗ ଦିଷା ପ୍ରଦାନ କରିବ। ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନ ଆଣିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦ୍ୱାରା ୨୦୪ ଗୋଟି ବିଦ୍ୟାଳୟ କୁ ଭିତ୍ତିପ୍ରସ୍ତର ଦେଇଛନ୍ତି। ଶିକ୍ଷା କ୍ଷେତ୍ର ରେ ଐତିହାସିକ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ରାଜ୍ୟ ସରକାରଙ୍କୁ ହୃଦୟରୁ ନୂଆପଡ଼ା ଅଞ୍ଚଳ ବାସୀ ଧନ୍ୟବାଦ ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲା ଶିକ୍ଷା ଅଧିକାରୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱାରୀ ସାହୁ, ଖରୀଆର ରୋଡ ଏନଏସି ଅଧ୍ୟକ୍ଷା ଡଃ.ସୋନିଆ ଜୈନ, ଶିବପ୍ରସାଦ ବେହେରା, ଜିଲ୍ଲା ସ୍ତରୀୟ ଅଧିକାରୀ।
