*ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୨ ଠାରେ ବାନାର ସେବା ସଂଗଠନ ଗଠିତ, ସେବା , ସମର୍ପଣ ଏବଂ ସଙ୍ଗଠନ ମୂଳ ଲକ୍ଷ ନେଇ ପ୍ରତ୍ୟେକ ପଞ୍ଚାୟତ ରେ କମିଟି ଗଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୬.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୨ ଠାରେ ବାନାର ସେବା ସଂଗଠନ ଗଠିତ ହୋଇଯାଇଅଛି। ଏହି ସଙ୍ଗଠନ ର ମୂଳ ଲକ୍ଷ ସେବା , ସମର୍ପଣ ଏବଂ ସଙ୍ଗଠନ କରିବା ସହ ସମାଜ ରେ ସଂସ୍କାର ଧର୍ମୀ ପଦକ୍ଷେପ ପାଇଁ ବନାର ସେନା ଗଠନ ର ମୂଳ ଲକ୍ଷ ବୋଲି ପ୍ରକାଶ କରିଛନ୍ତି। ଖଡ଼ିଆଳ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତ କମିଟି ଗଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା ଯୋଗ ଦେଇ ବାନର ସେନା ଅଞ୍ଚଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ବାନାର୍ ସେନା ର କାର୍ଯ୍ୟ ସେବା, ଯୁବ ଶକ୍ତି ସଙ୍ଗଠନ, ନାରୀ ଶକ୍ତି ଜାଗରଣ, ରକ୍ତଦାନ ଶିବିର, ସଂସ୍କୃତି ଓ ପରମ୍ପରା ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ଗୋ ସେବା, ପ୍ରାଣୀ ଚିକିତ୍ସା,ଏକତା ସଂହତି ଓ ମୈତ୍ରୀ ବାର୍ତ୍ତା ନେଇ ଅତ୍ୟାଧୁନିକ ଡିଜିଟାଲ ପ୍ରୟୋଗ କରିବା ସଜନିଜ ଜୀବନ ଲକ୍ଷ ଉପରେ କାମ କରିବାକୁ ଆହ୍ୱାନ କରିଥିଲେ। ବାନର ସେବା ସଂଗଠନ ଭୁବନେଶ୍ୱର ସୌମ୍ୟ କାନ୍ତ ମିଶ୍ର, ବନାର୍ ସେନା ସଭାପତି ଶେଷ ଦେବ ପ୍ରଧାନୀ, ଉପ ସଭାପତି ସତ୍ୟବ୍ରତ ସାମଲ, ଖଡ଼ିଆଳ ବ୍ଲକ ନାରାୟଣ କୁମାର ବେହେରା ଙ୍କ ସମେତ ୨୬ ପଞ୍ଚାୟତ ସହ କୋମନା, ସିନାପାଲି ବ୍ଲକ ରୁ ବହୁ ନାଗରିକ ଯୋଗ ଦେଇଥିଲେ।
