*ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ପାଇଲା ବାମଣ୍ଡା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ*….
… ଆଭାସୀ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ…..
ହରଭଙ୍ଗା :-୦୭/୦୬-ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପଦକ୍ଷେପ l ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧୮ ଗୋଟି ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରେ ସାମିଲ କରିଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦୪ ଗୋଟି ବିଦ୍ୟାଳୟକୁ ସାମିଲ କରିଛନ୍ତି । ଏହି ଦ୍ଵିତୀୟ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ବାମଣ୍ଡା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ବ୍ଲକର କୁରୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଣ୍ଟାମାଳ ବ୍ଲକ ଟପର୍ଣ୍ଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାନ ପାଇଛି l ରବିବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ବାମଣ୍ଡା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଉପସ୍ଥିତ ରହିଥିଲେ l ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ଜୋନ ନଂ ୭ ର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ହରଭଙ୍ଗା ଗୋଷ୍ଠୀ ଉନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା, ସ୍ଥାନୀୟ ସରପଞ୍ଚ ଇନ୍ଦୁମତୀ ଝାଙ୍କର, ପ୍ରଧାନ ଶିକ୍ଷକ ଅରବିନ୍ଦ ରଥ, ସମିତିସଭ୍ୟା କୁମୁଦିନୀ ସେଠୀ ପ୍ରମୁଖ ସାମିଲ ରହିଥିଲେ l ଏଥିପାଇଁ ବମଣ୍ଡା ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚେତକଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ l ସେପଟେ ମୁଖ୍ୟ ସଚେତକ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ନୂତନ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ସହିତ ଶାରୀରିକ ବିକାଶ, କ୍ରୀଡା ଉପରେ ଗୁରୁତ୍ୱ ଆଣିବ ବୋଲି ମତରଖିଥିଲେ l ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ମଂଚାସୀନ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି, ଅଭିଭାବକ ଅଭିଭାବିକା, ସ୍କୁଲ କମିଟି, ଆଲୁମିନି କମିଟି ସହିତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଓ ଅତିଥି ଗଣ ଛାତ୍ର ଛାତ୍ରୀ ଙ୍କ ପ୍ରତିଭା କୁ ପ୍ରଶଂସା ପୂର୍ବକ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ। ଶିକ୍ଷକ ନବ କୁମାର ଦୀପ ମଚଂ ପରିଚାଳନା କରିଥିଲେ। ଏଥିରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୂବନେଶ୍ବର ସେଠୀ, ବିଶିକେଶନ ବେହେରା, କାତ୍ତିର୍କସ୍ଵର ନାଏକ ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟ ର ଛାତ୍ରମାନଙ୍କ ଦ୍ୱରା ବ୍ୟାଣ୍ଡ ବାଦ୍ୟ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।
