*ଖଡ଼ିଆଳ ବନଖଣ୍ଡ ପକ୍ଷ ରୁ ବିଶ୍ୱ ସାଇକେଲ ଦିବସ ପାଳିତ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ସହ ଶୂନ ଇନ୍ଧନ ଓ ଜାଳେଣି ତୈଳ ବ୍ୟବହାର ପାଇଁ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୬.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷ ରୁ ବିଶ୍ୱ ସାଇକେଲ ଦିବସ ପାଳିତ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ସହ ଶୂନ ଇନ୍ଧନ ଓ ଜାଳେଣି ତୈଳ ବ୍ୟବହାର ପାଇଁ ଆହ୍ୱାନ କରିଛନ୍ତି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ରୁ 3କ ସାଇକେଲ ଯାତ୍ରା ଆରମ୍ଭ ହୋଇ ଖଡ଼ିଆଳ ରାଜା ଏ ଟି ହାଇସ୍କୁଲ ପରିସର ମଧ୍ୟେ ଶେଷ ହୋଇଥିଲା। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଧେଶିକା ନିବେଦିତା ପରିମାଣିକ, ଏସି ଏଫ୍ ପ୍ରଶ୍ନଜିତ ନାଏକ, ରେଞ୍ଜର ସୀତାରାମ ଶବର, ବାନପାଲ ସୁଦାମ ବାଗ, ଖଗେଶ୍ୱର ମାଝୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ଏହି ସାଇକେଲ ଯାତ୍ରା ନିଶ୍ଚିତ ରୁପ ପ୍ରଦ୍ୟୁଷଣ ନିୟନ୍ତ୍ରଣ କରିବା ସହ ମନୁଷ୍ୟ ଏହାର ବ୍ୟବହାର ଦ୍ଵାରା ଶରୀର ସୁସ୍ଥ ସବଳ ହେବ ବୋଲି ଆହ୍ୱାନ କରିଥିଲେ। ପ୍ରତ୍ୟେକ ନାଗରିକ ନିଜ ଜୀବନ ରେ ଗୋଟିଏ ଦିନ ସାଇକେଲ ବ୍ୟବହାର ଦ୍ଵାରା ପ୍ରଦ୍ୟୁଷଣ ନିୟନ୍ତ୍ରଣ ହେବ ବୋଲି ଆହ୍ୱାନ କରିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଡିଜେଲ ଦରଦାମ୍ ବୃଦ୍ଧି ଦ୍ୱାରା ସାଇକେଲ ଚାଳନା ନାଗରିକଙ୍କୁ ସହାୟକ ହେବ।
