ଶିକ୍ଷକଙ୍କ ବଦଳି କୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ବୃନ୍ଦାବନ ଚନ୍ଦ୍ର ବିଦ୍ୟାଳୟ ରେ ଥିବା ଆଦର୍ଶ ତଥା କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ସମୀର ପ୍ରସନ୍ନ ସ୍ଵାଇଁ ଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯେତିକି କାର୍ଯ୍ୟ କରୁଥିଲେ ତା ଠୁଁ ବଳି ଛାତ୍ରଛାତ୍ରୀ ମାନଙ୍କୁ ଭଲପାଇବା, ଶିକ୍ଷାଦାନର ମାନ ବୃଦ୍ଧି କରିବା, ଶୃଙ୍ଖଳା ରକ୍ଷା କରିବା ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କ ସହଯୋଗ ଲୋଡିବା ଘଟଣା ପାଇଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଶ୍ରୀ ସ୍ୱାଇଁ ଶିକ୍ଷକ ରୁ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବେ ବଦଳି ହୋଇଥିବାରୁ ବୃନ୍ଦାବନ ଚନ୍ଦ୍ର ବିଦ୍ୟାଳୟ ଛାଡ଼ି ଚାଲି ଯାଉଛି ହେଲେ ଏ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀମାନ ଙ୍କ ପ୍ରତି ସମ୍ମାନ ସର୍ବଦା ରହିଥିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
