Slug- ଚରମ ସୀମାରେ ପହଞ୍ଚିଛି କାଲିମେଳା ବ୍ଲକର ଦୂର୍ଣ୍ଣୀତି।
Anchor – ସରକାର ବଦଳିଛି। ପୂରାତନ ବିଜେଡି ସରକାର ପରିବର୍ତ୍ତିତ ହୋଇ ବିଜେପିର ଡବଲ ଇଞ୍ଜିନ ସରକାର ବର୍ତ୍ତମାନ ରାଜ୍ୟରେ ଶାସନ କରୁଛନ୍ତି। ସରକାର ସିନା ପରିବର୍ତ୍ତନ ହୋଇଗଲା କିନ୍ତୁ ଦୂର୍ଣ୍ଣୀତୀଖୋର ବାବୁ ମାନଙ୍କର ସ୍ଵଭାବ ଏଯାଏଁ ପରିବର୍ତ୍ତିତ ହୋଇ ପାରିଲା ନାହିଁ। ଏକଥା ଆମେ କହୁନୁ ଆଜ୍ଞା। ଏକଥା କହିଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପଲ୍ଲମ ଗ୍ରାମ ପଞ୍ଚାୟତର କୋୟାଗୁଡ଼ା ଗ୍ରାମର ଗ୍ରାମବାସୀ। ଅଭିଯୋଗ ଥିଲା କୋୟାଗୁଡ଼ା ଗ୍ରାମରେ ୨୦୨୨-୨୩ ଆର୍ଥିକ ବର୍ଷରେ ଗୋଟିଏ ଅମୃତ ସରୋବର ଖୋଲା ହୋଇଥିଲା। କାର୍ଯ୍ୟର କୋଡ୍ ଥିଲା ୨୪୩୧୦୧୦୦୨୨.କାର୍ଯ୍ୟର ଅଟକଳ ମୂଲ୍ୟ ଥିଲା ନ ଲକ୍ଷ ସତଷଠି ହଜାର ଚାରିଶହ ଚୋଉବନ ଟଙ୍କା।(୯୬୭୪୫୪). ଅଭିଯୋଗ ଅନୁସାରେ ଆମ ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲା ଯେ ଅମୃତ ସରୋବରରେ ପାଣି କମ୍ ଥିଲା ବେଳକୁ ଦୂର୍ଣ୍ଣୀତୀର ପଙ୍କ ଭରି ରହିଛି।କାରଣ ୨ୟ ପର୍ଯ୍ୟାୟରେ କିଛି କାମ ନ କରି ସରକାରୀ ବାବୁ ମାନଙ୍କର ସହିତ ଠିକାଦାର ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠେଇ ନେଇଛନ୍ତି। ଏଇଠି ଗୋଟିଏ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଥିବ ଯେ ସାଧାରଣ ଜନତାଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାହାର ଛତ୍ରଛାୟା ତଳେ ରହି ଏଥିରେ ସଂପୃକ୍ତ ବାବୁ ମାନେ ଏଭଳି ଦୂର୍ଣ୍ଣୀତୀ କରିବାକୁ ସାହସ ପାଇଲେ। ଏଥିରେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ହାତ ନାହିଁ ତ । ଏହାର ହିସାବ ନିକାଶ ଜନତା ଜନାର୍ଦ୍ଦନ ହିଁ ଭଲଭାବରେ ଜାଣିଛନ୍ତି। ଦର୍ଶକ ବନ୍ଧୁ ଖାଲି ଏତିକିରେ ଅଟକି ନାହିଁ ଏହି ବାବୁ ମାନଙ୍କର କଳାକାରନାମା। ଦେଖିବାକୁ ଗଲେ କାଲିମେଳା ବ୍ଲକର ଏହି ଭେଙ୍କଟାପଲ୍ଲମ ଗ୍ରାମ ପଞ୍ଚାୟତଟି ସଂପୂର୍ଣ୍ଣ ରୂପେ ଦୂର୍ଣ୍ଣୀତୀର ଗନ୍ଥାଘର ପାଲଟି ଯାଇଛି। ଦୂର୍ଣ୍ଣୀତୀଖୋର ଏହି ବାବୁମାନେ ଅମୃତ ସରୋବର ସହିତ ଚୋକ୍ ପିଟ, କୋୟାଗୁଡ଼ା ଠାରୁ ତେଲିଗୁଡ଼ା ପର୍ଯ୍ୟନ୍ତ ଡବ୍ଲୁ ବି ଏମ୍ ରାସ୍ତା, ଏକ ପେଡ଼ ମାକେ ନାମ, ହାଇସ୍କୁଲ ବିଉଟିଫିକାସନ ଭଳି ପାଞ୍ଚଟି କାମରେ ସର୍ବମୋଟ ଆଠ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଯଦି ସରକାର ଶିଘ୍ର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଏହି ଗ୍ରାମ ପଞ୍ଚାୟତର ଲୋକମାନେ ଗ୍ରାମ ପଞ୍ଚାୟତ ସହିତ ବ୍ଲକରେ ମଧ୍ୟ ତାଲା ପକାଇବେ ବୋଲି ଚରମ ବାଣୀ ସରକାରଙ୍କୁ ଶୁଣାଇ ଦେଇଛନ୍ତି। ଦର୍ଶକ ବନ୍ଧୁ ଆପଣ ମାନେ ପାର୍ଟ ଟୁ ରେ ଦେଖିବାକୁ ପାଇବେ ଏହି ସରକାରୀ ବାବୁ ମାନେ ଡବ୍ଲୁ ବି ଏମ୍ ରାସ୍ତାର କାମ ନ କରି କିଭଳି ଟଙ୍କା ହଡ଼ପ କରିଛନ୍ତି ।
