*ନୂଆପଡ଼ା ଜିଲ୍ଲା ର ସମବାୟ ସମିତି ପରିଚାଳନା ନେଇ ଓଡ଼ିଶାର ଆଠ ଗୋଟି ଜିଲ୍ଲାରୁ ପ୍ରତିନିଧି ଦଳ ପରିଦର୍ଶନ, ଅନେକ ଅଭିଜ୍ଞତା ଓ ଅନୁଭୂତି ନେଇ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜିଳ୍ଲାପାଳ ସହ ବାର୍ତ୍ତାଳାପ* ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୬.
ନୂଆପଡ଼ା ଜିଲ୍ଲା ର ସମବାୟ ସମିତି ପରିଚାଳନା ନେଇ ଓଡ଼ିଶାର ଆଠ ଗୋଟି ଜିଲ୍ଲାରୁ ପ୍ରତିନିଧି ଦଳ ପରିଦର୍ଶନ, ଅନେକ ଅଭିଜ୍ଞତା ଓ ଅନୁଭୂତି ନେଇ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜିଳ୍ଲାପାଳ ସହ ବାର୍ତ୍ତାଳାପ କରିଛନ୍ତି।ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ର ଉଲ୍ଲେଖନୀୟ କାର୍ଯ୍ୟ, ପ୍ରତ୍ୟେକ ଚାଷୀ ପରିବାର ସହ ଜଡ଼ିତ ହୋଇ ସରକାରଙ୍କ କୃଷି କଲ୍ୟାଣ ଯୋଜନା ସିଧାସଳଖ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇ ତାର ଲାଭ ପ୍ରଦାନ ଦିଗରେ ସହାୟକ ହେଉଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି ଏବଂ ପରିଚାଲାଇଟ୍ ଜନ୍ ସେବା କେନ୍ଦ୍ର ଉପରେ ଅବଗତ ହୋଇଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ନିଜ ଜିଲ୍ଲା ବିଷୟରେ ଅବଗତ କରିଥିବା ବେଳେ ନୂଆପଡ଼ା ଜିଲ୍ଲାର କାର୍ଯ୍ୟ ଦକ୍ଷତା ଉପରେ ପଚାରି ବୁଝିଥିଲେ। ଗଜପତି, ଗଞ୍ଜାମ,ରାୟଗଡ଼ା, ଜିଲ୍ଲା ସମବାୟ ସମିତି ସମ୍ପାଦକ ମାନେ ଆସି ତାଲିମ ନେଇଥିଲେ। ପ୍ୟାକ୍ସ ଗୁଡ଼ିକ ପାରମ୍ପାରିକ କାର୍ଯ୍ୟ ରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବା ସହ ଅତ୍ୟାଧୁନିକ ପରିଚାଲନା, ସମବାୟ ବ୍ୟବସାୟୀକରଣ, ଡିଜିଟାଲ ପେମେଣ୍ଟ,, ବ୍ୟାଙ୍କ୍ ବ୍ୟବସ୍ଥା ରେ ନିୟୋଜିତ ହେବାକୁ ଆହ୍ୱାନ କରିଥିଲେ
