ବିଜେପି ସନ୍ଥକବି ମଣ୍ଡଳ ପଦାଧିକାରୀ ବୈଠ.
ସମ୍ବଲପୁର ରେଢ଼ାଖୋଲ (ଭଂଜଦୂତ )ଆଜି ତା 4/6/2026 ରିଖ ଦିନ ତ୍ରିବାଣପୁର ଠାରେ ସନ୍ଥକବି ଭୀମଭୋଇ ମଣ୍ଡଳ ସଭାପତି ଶାନ୍ତନୁ ବାରିକ ସଭାପତି ତ୍ବ ରେ ମଣ୍ଡଳ ପଦାଧିକାରୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ଅନୁଷ୍ଟିତ ହୋଇଥିଲା. ପ୍ରଥମେ ମଣ୍ଡଳ ତରଫରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ମଣ୍ଡଳ ପ୍ରଭାରୀ ପ୍ରତାପ କୁମାର ପ୍ରଧାନ ଙ୍କୁ ସ୍ୱାଗତ ସମର୍ଦ୍ଧନା ଦିଆଯିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା. ଆଗାମୀ ପଂଚାୟତ ନିର୍ବାଚନ ରେ କେମିତି ଦଳ ମଜା୍ଭୁତ ହୋଇ ଜିତିବ ପ୍ରତ୍ୟେକ ବୁଥ ରେ କାର୍ଯ୍ୟକର୍ତ୍ତା ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣକରି ଯୋଜନା ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଗଲା.ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ସମ୍ବଲପୁର ଜ଼ିଲ୍ଲା ସ୍ୱତନ୍ତ୍ର ପରିଷଦ ଉପାଧ୍ୟାକ୍ଷା ତଥା ନଗର ମଣ୍ଡଳ ସଭାପତି ସୁଷମା ମୁଣ୍ଡା, ବୁର୍ଦା ସରପଞ୍ଚ ରାଜା ପାଲ, ଜ଼ିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ସାଧାରଣ ସମ୍ପାଦକ ସଂଗ୍ରାମ ପ୍ରଧାନ, କୃତିବାସ ପ୍ରଧାନ, କୋଷାଧ୍ୟକ ରାମ କର୍ମୀ, ଅନୁପ ସାହୁ,ଯୁଗୀନ୍ଦ୍ର ସେଠି, ସଂକୀର୍ତନ ଶାସିନୀ, ସିନୁ ଶାସିନୀ, ସତ୍ୟବ୍ରତ ପ୍ରଧାନ, ରମାକାନ୍ତ ବାରିକ ପ୍ରମୁଖ ଆଲୋଚନା ରେ ଭାଗ ନେଇ ସୁଚିନ୍ତିତ ମତ ପ୍ରକାଶ କରିଥିଲେ.
