ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ
ବେଲଗୁଣ୍ଠା,୦୪/୦୬-(ଶିବରାମ ଚୌଧୁରୀ )-, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକବର୍ଷ ୨୦୨୬-୨୭ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ନିଷ୍ପତି ନିମନ୍ତେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି I ପରିଷଦର ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାଂସଦ ପ୍ରତିନିଧି ନାରାୟଣ ସାହୁ , ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ ପାରିଷଦ ସିନି . ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା , ପ୍ରିୟମ୍ବଦା ସାମଲ , କାହ୍ନୁ ଚରଣ ସାହୁ , ପ୍ରଦୀପ କୁମାର ସେଠି , ପ୍ରଗତି ପାତ୍ର, ଏ . ଦିଲୀପ କୁମାର ଆଚରି , କେ . ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳେଇ , ପ୍ରତିମା ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଏଥିରେ ମୁଖ୍ୟତଃ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସଂଗେ ସଂଗେ ଜ୍ଞାନଦେବୀ ଉଦ୍ୟାନର ଉନ୍ନତିକରଣ , ସରକାରୀ ବସଷ୍ଟାଣ୍ଡ ନିମନ୍ତେ ଭୂମି ହସ୍ତାନ୍ତର , ଇ- ପାଠାଗାର ନିର୍ମାଣ ଓ ସ୍ୱାଗତ ଦ୍ୱାର ନିର୍ମାଣ ଆଦି ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରା ଯାଇଥିଲା I ବୈଠକ ଶେଷରେ ୪୨ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ ଓ ୮ ଜଣ ବିପଦ ସଂକୁଳ ଅବସ୍ଥାରେ ପାଇଖାନା ଆଦି ସଫେଇ କାର୍ଯ୍ୟରେ ନିଯୁକ୍ତ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ ବିତରଣ କରାଯାଇଥିଲା। ପରିଶେଷରେ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ
