**କୋମନା +୩ କଲେଜରେ ସାପ ସୁରକ୍ଷା ଓ ସଚେତନତା ତାଲିମ ଶିବିର ଅନୁଷ୍ଠିତକୋମନା*
ନୂଆପଡ଼ା( ମିଖାଏଲ ନନ୍ଦ):
ତା-୦୩/୦୬
ସାପ ଦେଖିବା ମାତ୍ରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ପାଇଁ କୋମନା +୩ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶେଷ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନୂଆପଡ଼ା-କୋମନା ସ୍ନେକ ହେଲ୍ପ ଲାଇନର ପ୍ରମୁଖ ସଦସ୍ୟ ସୁରେଶ କୁମାର ମଲ୍ଲିକ ଏବଂ କମଳ ପାଣ୍ଡେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କ ସୁରକ୍ଷା ଓ ସର୍ପଦାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।ଶିବିରର ମୁଖ୍ୟ ଆଲୋଚନା ଓ ତାଲିମ ଭୟଭୀତ ନ ହେବା ସାପ ଦେଖିଲେ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ସାପ ଚିହ୍ନଟ ବିଷଧର ଏବଂ ବିଷହୀନ ସାପ ମଧ୍ୟରେ ଥିବା ପ୍ରଭେଦ ବିଷୟରେ ବୁଝାଯାଇଛି।ପରିବେଶ ସୁରକ୍ଷା ପରିବେଶ ସନ୍ତୁଳନ ରକ୍ଷାରେ ସାପମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଛି।ପ୍ରାଥମିକ ଚିକିତ୍ସା ସର୍ପଦାତ ହେଲେ ଗୁଣିଆ ବା ଝାଡ଼ଫୁଙ୍କା ଭରସାରେ ନ ରହି ତୁରନ୍ତ ଡାକ୍ତରଖାନା ଯିବାକୁ କୁହାଯାଇଛି।ଏହି ସଚେତନତା ଶିବିରରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଉପାଦେୟ ଜ୍ଞାନ ଆହରଣ କରିଥିଲେ। ସ୍ନେକ ହେଲ୍ପ ଲାଇନର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।
