*ବିଧାୟିକାଙ୍କ ଜୁମ୍ବୋ_କୁଲର ବଣ୍ଡନ*
ବାଙ୍ଗିରିପୋଷି : ଭଞ୍ଜଦୂତ ଖବର (ଅଂଶୁମାନ ଘୋଷ) ୦୨-୦୬-୨୦୨୬:-ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ ନିଜ ଦରମାରୁ ୨୦ଟି କୁଲର୍ ପ୍ରଦାନ କଲେ ।ମୟୂରଭଞ୍ଜ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ “ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନା ” ରେ ୧୦ଟି ଏବଂ ବଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଥିବା ତିନିଟି” ସି ଏଚ ସି”କୁ ୧୦ଟି ରୋଗୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ମାନ୍ୟବର ବାଙ୍ଗିରିପୋଷି ର ଲୋକପ୍ରିୟ ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ ମୋହୋଦୟାଙ୍କ ନିଜସ୍ୱ ଦରମା ଟଙ୍କାରୁ “କୁଲର” ପ୍ରଦାନ କରିଛନ୍ତି । ବିଜେପିର ବରିଷ୍ଠ ନେତା ତଥା ସଭିଁଙ୍କ ସୁଖ ଦୁଃଖର ସାଥି ଶ୍ରୀଯୁକ୍ତ ସୁଗଦା ମୁର୍ମୁ ମହୋଦୟ ଉପୋସ୍ଥିତ ରହି ଉଦଘାଟନ କରିଥିଲେ।ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ପ୍ରକୋପ ଜାରି ରହିଥିବା ବେଳେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଅନୁରୋଧ କ୍ରମେ ନିଜସ୍ୱ ଦରମା ଟଙ୍କାରୁ ଜୁମ୍ବୋ_କୁଲର ଜନସାଧାରଣଙ୍କ ପାଇଁ ପ୍ରଦାନ କଲେ l ବିଜେପି ର ବରିଷ୍ଠ ନେତା ଶ୍ରୀଯୁକ୍ତ ସୁଗଦା ମୁର୍ମୁ ମୁଖ୍ୟ ଚିକିତ୍ସାଳୟ “ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନା “ଯାଇ ଶୁଭ ଉଦ୍ଘାଟନ କରିଥିଲେ I ସର୍ବମୋଟ ମୋଟ ୨୦ଟି ଜମ୍ବୋ କୁଲର ଦାନ କରାଯାଇଛି । ଏହି ସମସ୍ତ କୁଲର୍କୁ ହସ୍ପିଟାଲର ଏମ୍.ସି.ଏଚ୍ (MCH) ବିଲ୍ଡିଂ ଏବଂ ମେଡିସିନ୍ ୱାର୍ଡରେ ଲଗାଯିବ ବୋଲି ଶୁଣିବାକୁ ସୂଚନା ମିଳୁଛି।ଯାହାଦ୍ୱାରା ରୋଗୀମାନେ ଅସ୍ତବ୍ୟସ୍ତ ଗରମରୁ ରକ୍ଷା ପାଇପାରିବେ ବୋଲି ଆଶା ଆଉ ଭରସା।
