*ଖ୍ରୀଷ୍ଟିୟ ଉଦଯୋଗ ସମିତି ଏବଂ ଯୁବ ସହଯୋଗୀତା ମୁକ୍ତି ମାର୍ଗ ଚର୍ଚ୍ଚ ପକ୍ଷରୁ ଶୀତଳ ଜଳ ବଣ୍ଟନ ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ):
ତା-୦୨/୦୬
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଉଦଯୋଗ ସମିତି ଏବଂ ଯୁବ ସହଯୋଗୀତା ମୁକ୍ତି ମାର୍ଗ ଚର୍ଚ୍ଚର ମିଳିତ ଆନୁକୂଲ୍ୟରେ ଏକ ଶୀତଳ ଜଳ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାସ୍ତାରେ ଯାତାୟାତ କରୁଥିବା ପଥିକ ଓ ଶ୍ରମଜୀବୀମାନଙ୍କୁ ଶୋଷରୁ ରକ୍ଷା କରିବା ପାଇଁ ଏହି ମହତ ପ୍ରୟାସ କରାଯାଇଛି।ମିଳିତ ଭାବରେ ଉଦଯୋଗ ସମିତି ଏବଂ ମୁକ୍ତି ମାର୍ଗ ଚର୍ଚ୍ଚର ଯୁବ ସଦସ୍ୟମାନେ ସାମିଲ ହୋଇଥିଲେ।ପଥିକ, ବାଇକ୍ ଚାଳକ ଏବଂ ସ୍ଥାନୀୟ ଗରିବ ଲୋକଙ୍କୁ ଶୀତଳ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ପ୍ରଚଣ୍ଡ ଖରାରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା।ଏହି ସେବା କାର୍ଯ୍ୟକ୍ରମରେ ଉଭୟ ସଂଗଠନର ଅନେକ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହି ଜଳଦାନ କରିଥିଲେ। ଅଞ୍ଚଳବାସୀ ସଂଗଠନର ଏହି ଜନହିତକର କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି।
