ହାତୀକୁ ମାରି ପୋତି ଦେବା ଅଭିଯୋଗରେ ୩ ଅଟକ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ହିନ୍ଦୋଳ : ରବିବାର ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳର ଏକ ଫାର୍ମ ହାଉସ ନିକଟରେ ହାତୀକୁ ମାରି ପୋତି ଦିଆଯାଇଥିବା ଅଭିଯୋଗ ଆସିଛି। ହାତୀଟିକୁ ମାରି ଦୁର୍ବୃତ୍ତମାନେ ଦାନ୍ତ ଲୁଟି ନେଇଥିବା ସନ୍ଦେହ କରାଯାଇଛି। ହିନ୍ଦୋଳ ବନାଞ୍ଚଳ ପକ୍ଷରୁ ରବିବାର ସନ୍ଧ୍ୟାରେ ଏହି ଫାର୍ମ ହାଉସ ଉପରେ ଚଢ଼ଉ କରାଯାଇଛି। ହିନ୍ଦୋଳ ଆଞ୍ଚଳିକ କଲେଜର କିଛି ଦୂରରେ ଏହି ଫାର୍ମ ହାଉସ ଅବସ୍ଥିତ। ଫାର୍ମ ହାଉସ
ମାଲିକ ରାଜଙ୍କ ସମେତ ଏହି ଘଟଣାରେ ସହଯୋଗ କରିଥିବା ଅନ୍ୟ ୨ ଜଣଙ୍କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି। ସେମାନଙ୍କୁ ବନ ବିଭାଗ ଜେରା କରୁଥିବା ବେଳେ ହାତୀ ମାରି ପୋତି ଦିଆ ଯାଇଥିବାସ୍ଥଳକୁ ବନ ବିଭାଗ ଜଗି ରହିଛି। ଆସନ୍ତା କାଲି ଉକ୍ତ ଜାଗାକୁ ଖୋଳା ଯିବାକୁ ବନ ବିଭାଗ ପ୍ରସ୍ତୁତି କରୁଛି। ଘଟଣାସ୍ଥଳକୁ ବନବିଭାଗ ଜଗି ରହିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉକ୍ତ ସ୍ଥାନକୁ ଛାଡ଼ି ଦିଆଯାଉ ନାହିଁ।
