ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗ ମୁଖ୍ୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ସୁରେଶ ଚନ୍ଦ୍ର ମିଶ୍ରଙ୍କୁ ଗତ ୩୧ ରବିବାର ଦିନ ମହାବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଉପଲକ୍ଷେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ସୌଜନ୍ୟ ମୂଳକ ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ଧଳ ସଭାପତିତ୍ବ କରି ଅବସର ଗ୍ରହଣ କରୁଥିବା ଶିକ୍ଷା ବିଭାଗର ମୁଖ୍ୟଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଅଧ୍ୟକ୍ଷଙ୍କ ସମେତ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଜୟନ୍ତ ନାରାୟଣ ପତି, ତର୍କ ଶାସ୍ତ୍ର ବିଭାଗର ଅଧ୍ୟାପକ କୁମର ଚନ୍ଦ୍ର ବେହେରା, ଡେମୋନେଷ୍ଟେଟର୍ ସରୋଜ କୁମାର ସାହୁ,ବିଶ୍ବରଂଜନ , ବିମଳ କୁମାର ସାହୁ , ମୁଖ୍ୟ କିରାଣୀ ସନ୍ଦୀପ୍ କୁମାର ଦେବତା , କାର୍ଯ୍ୟାଳୟ କର୍ମଚାରୀ ପ୍ରିତମ କୁମାର ଜେନାମଣି, ସହାୟକ ଜିତୁ ବିଶ୍ବାଳ , ରୁଦ୍ରନାରାୟଣ ସାହୁ ପ୍ରମୁଖ ଶ୍ରୀ ମିଶ୍ରଙ୍କୁ ଜଣେ କର୍ତ୍ତବ୍ୟନିଷ୍ଠ ,ଉତ୍ତମ ଛାତ୍ରବତ୍ସଳ ଅଧ୍ୟାପକ , ପରୋପକାରୀ ବୋଲି ଅଭିହିତ କରିଥିଲେ l ଅବସର ନେଉଥିବା ଅଧ୍ୟାପକ ସୁରେଶ ଚନ୍ଦ୍ର ମିଶ୍ର କହିଲେ ମହାବିଦ୍ୟାଳୟରେ ଯୋଗଦାନ କରିବା ଠାରୁ ଅବସର ଗ୍ରହଣ କରିବା ପଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କର ଶୈଖିକ ଦିଗରେ ଦୃଷ୍ଟିଦେଇ ଉତ୍ତମ ଛାତ୍ର ଛାତ୍ରୀ ଗଠନ କରିବା ମୋର ପରମ କର୍ତ୍ତବ୍ୟ ଥିଲା ଏବଂ ଏଥିପ୍ରତି ମହାବିଦ୍ୟାଳୟ ପକ୍ଷରୁ ବହୁ ସାହାଯ୍ୟ ସହଯୋଗ ପାଇଛି l ପରିଶେଷରେ କନିଷ୍ଠ କର୍ମଚାରୀ ମାନସ ରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
