ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ):ସାରସ୍ବତ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ବିଭାଗୀୟ ମୁଖ୍ଯ ପ୍ରାଧ୍ୟାପକ ବିକ୍ରମ କେଶରୀ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଅବସରରେ ସ୍ମୃତି ଓ ଅନୁଭୂତିର ସଭା ଆୟୋଜନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଡମ୍ବରୁଧର ଭୋଳ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିବା ସହ ବିକ୍ରମ ସାରଙ୍କ ଅନୁପସ୍ଥିତ ମହାବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ତତ୍ ସହିତ ସାରଙ୍କ ସହ ଅନ୍ତରଙ୍ଗ ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ରାଜନୀତିବିଜ୍ଞାନର ଅଧ୍ୟାପକ ମାନସ କୁମାର ପଣ୍ଡା ମଂଚ ଆହ୍ବାନ କରିଥିଲେ। ଛାତ୍ରୀ ସସ୍ମିତା,ସ୍ମୃତି, ପ୍ରିୟଙ୍କା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସେମିନାର ସେକ୍ରେଟାରୀ ସ୍ମୃତିରେଖା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇତିହାସ ବିଭାଗରୁ ଅବସର ନେଇଥିବା ପୁରାତନ ଅଧ୍ୟକ୍ଷ ଡଃ ସତ୍ୟବାନ ରାଉତ ଉପସ୍ଥିତ ରହି ବିକ୍ରମ ସାରଙ୍କ ପ୍ରତି ଶ୍ରଦ୍ଧାସୁମନ ଓ କାର୍ଯ୍ୟଦକ୍ଷତା ସଂପର୍କରେ ମତବ୍ଯକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଡଃ ନାରାୟଣ ପଲେଇ ଆଜି ଏକ ଅମୂଲ୍ଯ ରତ୍ନକୁ ହରାଉଛି ବୋଲି ଅଭିବ୍ୟକ୍ତ କରିଥିଲେ। ଏହି ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଜଳଧର ପାଢୀ ସାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ଧୂରୀଣତା ଓ ସହଯୋଗିତା ସଂପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥିଲେ । ଇତିହାସ ବିଭାଗର ଅଧ୍ୟାପିକା ତନ୍ମୟୀ ଜେନା ସାରଙ୍କ ଦକ୍ଷତା,କର୍ତ୍ତବ୍ଯବୋଧତା, ସମୟାନୁବର୍ତ୍ତିତା ସହ ସାରଙ୍କୁ ସର୍ବଦା ଇତିହାସ ବିଭାଗ ସହ ଜଡିତ ରହିବା ପାଇଁ ଅନୁରୋଧ କରିଥିଲେ । ଅଧ୍ୟାପକ ଡଃ ଧିରେନ କୁମାର ପାତ୍ର ସାରଙ୍କଠୁ ପାଇଥିବା ମାର୍ଗ ଦର୍ଶନରେ ପରିଚାଳିତ ହେବେ ବୋଲି ମତ ପ୍ରଦାନ କରିଥିଲେ ।ଅଧ୍ୟାପକ ବସନ୍ତ କୁମାର ଶିଅଳ ସାରଙ୍କ ଜ୍ଞାନ, ଗୁଣ ବର୍ଣ୍ଣନା କରିବା ସହ ସାରଙ୍କଠୁ ପାଇଥିବା ପ୍ରେରଣା ଉପରେ ମତବ୍ଯକ୍ତ କରିଥିଲେ।ପ୍ରାଧ୍ୟାପକ ବିକ୍ରମ କେଶରୀ ମହାପାତ୍ର ନିଜର ୩୮ ବର୍ଷର ଅଭିଜ୍ଞତା,ଅନୁଭୂତି ଓ ସ୍ମୃତି ଉପସ୍ଥାପନା କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଛାତ୍ର ଧର୍ମ ପାଳନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ସାରଙ୍କ ଉଦ୍ଦେଶ୍ଯରେ ଅନେକ ସ୍ମୃତି ଉପସ୍ଥାପନା କରିଥିଲେ। ଏହି ଅବସରରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗ ଦାନ ସାରଙ୍କର ପିଲାମାନଙ୍କ ପ୍ରତି ଥିବା ଅବଦାନ ର ମହତ୍ତ୍ଵ ପ୍ରତିପାଦନ କରୁଥିଲା। ବର୍ତ୍ତମାନର ଛାତ୍ରୀ ସସ୍ମିତା, ପ୍ରିୟଙ୍କା ଓ ସାବିତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପରିଶେଷ ରେ ଛାତ୍ରୀ ଇତିସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ।
