*ନୂଆପଡ଼ା ଜିଲ୍ଲା ଅଗ୍ରେଶନ୍ ଧର୍ମଶାଲା ପରିସର ମଧ୍ୟରେ ରାଜ୍ୟସ୍ତରୀୟ ଜ୍ୟୋତିଷବିଦ ସମ୍ମିଳନୀ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା -୩୧.୦୫.
ନୂଆପଡ଼ା ଜିଲ୍ଲା ଅଗ୍ରେଶନ୍ ଧର୍ମଶାଲା ପରିସର ମଧ୍ୟରେ ରାଜ୍ୟସ୍ତରୀୟ। ଜ୍ୟୋତିଷବିଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଭାରତରେ ପ୍ରାଚୀନ ଗ୍ରହ ନକ୍ଷତ୍ର ଗଣନା ଏବଂ ସନାତନ ପରମ୍ପରା କୁ ଉଜ୍ଜିବିତ କରିବା ସହ ଗାଣିତିକ ଗଣନାସୁତ୍ର ପ୍ରୟୋଗ କରି ପୂର୍ବାନୁମାନ କରିବାର ସାମର୍ଥ୍ୟ କେବଳ ଭାରତର ଅନନ୍ୟା ସଂସ୍କୃତି ବୋଲି ଉଲ୍ଲେଖ କରିଥିଲେ। ସଭାରେ ଆନ୍ତ ରାଷ୍ଟ୍ରୀୟ ଜ୍ୟୋତିଷ ସଂଘ ଅଧ୍ୟକ୍ଷ ଡଃ. ଅର୍ଜୁନ ଶାସ୍ତ୍ରୀ ଯୋଗ ଦେଇ ଆଦିକାଲ ଋଷି ପରମ୍ପରା କୁ ଜାଗରିତ କରିବା ସହ ସନାତନ ସଂସ୍କୃତି ରେ ପ୍ରତ୍ୟେକ ଘର୍ ଏବଂ ପରିବାର ଜ୍ୟୋତିଷ ଶିକ୍ଷା ଜାଣିବାର ପ୍ରୟାସ ବୋଲି କହିଥିଲେ। ଆଜି ରାଜ୍ୟ ସ୍ତରୀୟ ସମ୍ମଳନୀ ରେ ୩ ଶହ ଜ୍ୟୋତିଶଷବିତ ଙ୍କୁ ମାନପତ୍ର ଦିଆ ଯାଇଥିବା ବେଳେ ଜ୍ୟୋତିଷ ପଞ୍ଚାଙ୍ଗ ଦର୍ପଣ ଉନ୍ମୋଚନ ହୋଇଅଛି ।ସଭାରେ ମୁଖ୍ୟ ବକ୍ତା ଜ୍ୟୋତିଷ ବାଶ୍ଚପତି ବୀରେନ୍ଦ୍ର କୁମାର ତ୍ରିପାଠୀ, କାର ସଭାପତି ଅନୁଷ୍ଠାନ ଉପଦେଷ୍ଠା ତ୍ରିମନ୍ ମାଝୀ ଖଡ଼ିଆଳ ରାଜା ଦେବ ଦେବ ସିଂହ ଦେଓ, ଜ୍ୟୋତିଷ ବିଷାରଦ ସୁଦର୍ଶନ ଠାକୁର, ହରିହର ମେହେର, ଧର୍ମଗଡ କଲେଜ ଅଧ୍ୟାପକ ଡଃ ପଦ୍ମାଳୟା ଦଣ୍ଡସେନା, ଲକ୍ଷ୍ମୀ ନାରାୟଣ ସିଂହ ଲାଲ ,ସମ୍ପାଦକ ପଦ୍ମ ଚରଣ ମେହେର, ଉପ ସଭାପତି ଦିନନାଥ ଦୁବେ ପ୍ରମୁଖ ସହଯୋଗ କରିଥିଲେ।ମଞ୍ଚ ପରିଚାଲନା ନୀଳକଣ୍ଠ ରଣା, କୋଷାଧକ୍ଷ ବୈକୁଣ୍ଠ ସଗରିଆ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରୁ ୪୦୦ ଜଣ ଜ୍ୟୋତିଷ ବିଦ ଯୋଗ ଦେଇଥିଲେ।
