*ଟି. ଏନ. ଟି +୨ କଳା ବିଭାଗ ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ*।
ବ୍ରହ୍ମପୁର -ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏନ. ଟି ରେ ଦେଖିବାକୁ ମିଳିଛି କଳା ବିଭାଗ ର ଅସାଧାରଣ ସଫଳତା, ଏହି ସଫଳତା କୁ ସ୍ମରଣୀୟ କରିବା ନିମନ୍ତେ ଅନୁଷ୍ଠାନ ରେ ଠାରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି ଏହି ଅବସରରେ ଅନୁଷ୍ଠାନ ର ମୁଖ୍ୟ ଡ଼ଃ ଅଜୟ କୁମାର ଦ୍ବିବେଦୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଆଶ୍ରିବଚନ ଦେବା ସହିତ ଯୁଗ ସହ ତାଳ ଦେଇ ଶିକ୍ଷା କୁ କୁ ଆଗକୁ ବଢେଇବାର ରାସ୍ତା ଦେଖାଇଥିଲେ ଉକ୍ତ ଅବସରରେ ରେ କଳା ବିଭାଗ ମୁଖ୍ୟ ଶ୍ରୀମତୀ ତୁଳସା କୁମାରୀ ଦ୍ବିବେଦୀ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟ ରେ ଡ଼ଃ ଶକ୍ତି ପ୍ରସାଦ ପାଢ଼ୀ, ସୁଶାନ୍ତ ମହାରଣା, ଶିବାନୀ ସାହୁ, ସାହିଲ ବେହେରା, ରାହୁଲ ପାତ୍ର ଏବଂ ପରିଚାଳନା ରେ ଜୁଲି ରାଓ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ସଭା କୁ ଅଧିକ ମର୍ମ ସ୍ପର୍ଶୀ କରାଇପାରିଥିଲେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ୧୪୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ପାସ କରି ଅନୁଷ୍ଠାନ ର ସମ୍ମାନ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି ଅନେକ ଛାତ୍ର ଛାତ୍ରୀ ୯୦ପ୍ରତିଶତ ରୁ ମଧ୍ୟ୍ୟ ଅଧିକ ମାର୍କ ରଖିବା ରେ ସକ୍ଷମ ହୋଇଛନ୍ତି, ପରିଶେଷରେ ଖାଦ୍ୟ ପେୟ ର ବ୍ୟବସ୍ତା କରାଯାଇଥିଲା, ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇ ଖୁସି ଥିବା ଦେଖିବାକୁ ମିଳିଛି।
