ବାରିପଦା ଭଂଜପୁର ଉଚ୍ଚ ବାଳିକା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୀମା ମହାନ୍ତିଙ୍କ ବିଦାୟକାଳିନ ସମ୍ବର୍ଦ୍ଧନା କଲେ ତାଙ୍କ ସହପାଠୀ ଗଣ।
ବରିପଦା…ମୟୁରଭଞ୍ଜ ଜିଲ୍ଲାର ଭଂଜପୁର ଉଚ୍ଚ ବାଳିକା ବିଦ୍ୟାଳୟରଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୀମା ମହାନ୍ତି ଅବସର ଗ୍ରହଣ କଲେ। ପ୍ରଥମେ କିଚକେଶ୍ବରୀ ଉଚ୍ଚ ବାଳିକା ବିଦ୍ୟାଳୟ (ବହଳଦା ) ତାପରେ କେ. ସି. ପୁର ଉଚ୍ଚ ବିଦ୍ୟାଳୟ ଓ ସର୍ବ ଶେଷରେ ବାରିପଦା ର ଭଞ୍ଜପୁର ଉଚ୍ଚ ବାଳିକା ବିଦ୍ୟାଳୟ ରେ କାର୍ଯ୍ୟରତା ଥିଲେ। 1992 ମସିହା ଅଗଷ୍ଟ ମାସରୁ ଆଜି ଯାଏଁ ଏହି ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ତାଙ୍କର ଅନାବିଳ ସ୍ନେହ ମମତା ତାଙ୍କୁ 2ଅନ୍ୟ ମାନଙ୍କଠୁ ଭିନ୍ନ କରିଥାଏ। ସଦା ସର୍ବଦା ସେ ପିଲାମାନଙ୍କୁ ନିଜ ଝିଅ ଭଳି ସ୍ନେହ କରିଥାନ୍ତି। ତାଙ୍କର ଅବସର ବିଦ୍ୟାଳୟ ପାଇଁ ଏକ ଫାଙ୍କା ଜାଗା ସୃଷ୍ଟି କଳା ବୋଲି ଛାତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ହେବାର ଶୁଣା ଯାଉଛି। ବିଦ୍ୟାଳୟ ରେ ଅବସର ହେବା ପରେ ତାଙ୍କ ଘରକୁ ତାଙ୍କର ବାଲ୍ୟ କାଳର ସହପାଠୀ ମାନେ କଳ୍ପନା ଚାଟାର୍ଜି ଅବସର ପ୍ରାପ୍ତ ସକ୍ଷୟତ୍ରୀ, ତପସ୍ୱିନୀ ଦାଶ ବିଆରସିସି ଓ ଏବିଅ,ଅବସର ପ୍ରାପ୍ତ ଶିକ୍ଷକ ଡା.ଅସୀମ କୁମାର ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବର୍ଗଙ୍କ ସହିତ ଆସି ସୀମା ମହାନ୍ତିଙ୍କୁ ପୁଲତୋଡ଼ା, ଉତ୍ତରୀୟ ଏବଂ ଜଗନ୍ନାଥ ଫୋଟ ଦେଇ ସମ୍ବର୍ଦ୍ଧନା କରିଥିଲେ।
