ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ଆୟୋଜିତ ୨୦୨୪-୨୫ ବର୍ଷର OPSC ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି କଳାହାଣ୍ଡି ଜିଲ୍ଲାର ନାମ ଉଜ୍ଜ୍ୱଳ କରିଥିବାସଭା, କେସିଙ୍ଗା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ଆୟୋଜିତ ୨୦୨୪-୨୫ ବର୍ଷର OPSC ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି କଳାହାଣ୍ଡି ଜିଲ୍ଲାର ନାମ ଉଜ୍ଜ୍ୱଳ କରିଥିବା କେସିଙ୍ଗାର କନକ ଜୈନ ଓ ସୁନୀତା ସେଠୀ, କୋକସରାର ସୁମନ ଗୁପ୍ତା ଏବଂ ଲଡୁଗାଁର ଅମନ ଗୋୟଲଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଅଗ୍ରୱାଲ ସଭା, କେସିଙ୍ଗା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସ୍ଥାନୀୟ ଅମ୍ବାଜୀ ମନ୍ଦିର ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଗରିମାମୟ ସମାରୋହରେ ସମାଜର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଅଗ୍ରୱାଲ ସଭାର ଅଧ୍ୟକ୍ଷ ପ୍ରବୀଣ ଅଗ୍ରୱାଲ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ରାମକୁମାର ଜୈନ, ବରିଷ୍ଠ ସମାଜସେବୀ ବସନ୍ତଲାଲ ଜୈନ ଓ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ୀ ସମ୍ମେଳନ, କେସିଙ୍ଗା ଶାଖାର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଅଗ୍ରୱାଲ ଉପସ୍ଥିତ ଥିଲେ।
ନିଜ ଅଧ୍ୟକ୍ଷୀୟ ଅଭିଭାଷଣରେ ପ୍ରବୀଣ ଅଗ୍ରୱାଲ OPSC ପରୀକ୍ଷାରେ ସଫଳ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଏହି ସଫଳତା କେବଳ ସେମାନଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳ ଓ ସମାଜ ପାଇଁ ଗର୍ବର ବିଷୟ।
ମୁଖ୍ୟ ଅତିଥି ରାମକୁମାର ଜୈନ ଏହାକୁ ଅସାଧାରଣ ସଫଳତା ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ଯୁବକ-ଯୁବତୀମାନେ ନିଜ ପ୍ରତିଭା ଓ ପରିଶ୍ରମ ବଳରେ ପ୍ରଶାସନିକ ସେବାରେ ପ୍ରବେଶ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ବିଶେଷ କରି ଝିଅମାନଙ୍କ ସଫଳତା ଉପରେ ସେ ଖୁସି ବ୍ୟକ୍ତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ବରିଷ୍ଠ ସମାଜସେବୀ ବସନ୍ତଲାଲ ଜୈନ ଏହି ଅବସରକୁ “ଜାଗରଣର ଦିବସ” ବୋଲି ବର୍ଣ୍ଣନା କରି ସଫଳ ପ୍ରାର୍ଥୀମାନଙ୍କୁ ଆହ୍ୱାନ କରିଥିଲେ ଯେ, ପ୍ରଶାସନିକ ସେବାରେ ରହି ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରନ୍ତୁ ଓ ନିଜ କାର୍ଯ୍ୟ ମାଧ୍ୟମରେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ।
ଶ୍ୟାମସୁନ୍ଦର ଅଗ୍ରୱାଲ କହିଥିଲେ ଯେ, ଏହି ମେଧାବୀ ଯୁବପିଢ଼ି ପ୍ରମାଣ କରିଦେଇଛନ୍ତି ଯେ ଛୋଟ ସହରର ପ୍ରତିଭାମାନେ ମଧ୍ୟ ବଡ଼ ସ୍ୱପ୍ନକୁ ସାକାର କରିପାରନ୍ତି। ସେ ଯୁବପିଢ଼ିକୁ କର୍ତ୍ତବ୍ୟନିଷ୍ଠା ସହ କାର୍ଯ୍ୟ କରିବା ଓ ନିଜ ସଂସ୍କୃତି, ସଂସ୍କାର ଓ ମୂଳ ସହ ଜଡ଼ିତ ରହିବାକୁ ପ୍ରେରଣା ଦେଇଥିଲେ।
ଅଗ୍ରୱାଲ ସଭା ବ୍ୟତୀତ ଲାୟନ୍ସ କ୍ଲବ, ଦାଦୀ ପରିବାର, ଟ୍ରେଡର୍ସ ଆସୋସିଏସନ, ଲକ୍ଷ୍ମୀନଗର କଲୋନୀ ବାସିନ୍ଦା, ହରିମଣ୍ଡଳୀ ସହ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସଫଳ ପ୍ରାର୍ଥୀମାନଙ୍କୁ ସମ୍ମାନିତ କରି ଶୁଭେଚ୍ଛା ଜଣାଇଥିଲେ।
