
ବସ୍ତା (ସେଖ ଆଜାରୁଦ୍ଦିନ) :-
ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନ ର ଦକ୍ଷିଣ କେବିନ ନିକଟରେ ଭୁବନେଶ୍ୱର ରୁ ଦିଲ୍ଲୀ ଯାଉଥିବା 22811 ତେଜସ ରାଜଧାନୀ ଏକ୍ସପ୍ରେସ ର ଇଞ୍ଜିନ ରେ ଲାଗିଲା ନିଆଁ, ଫଳରେ ଟ୍ରେନ ଦୀର୍ଘ ଦେଢ଼ ଘଣ୍ଟା ଅଟକି ଥିବା ଦେଖିବାକୁ ମିଳିଛି। ଅବଶ୍ୟ ଏହି ଘଟଣା ମନୁଷ୍ୟ କୃତ୍ ହୋଇନଥବା ବେଳେ ପ୍ରାକୃତିକ ବିପର୍ଯୟ ରୁ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଭୁବନେଶ୍ଵର ରୁ ଏହି ଟ୍ରେନ ସକାଳ ୧୦ ଘଟିକା ୩୬ ମିନିଟରେ ଛାଡ଼ି ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ଟ୍ରେନଟି ସମୟ ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଜୋର ପବନରେ ନଡିଆ ବାହୁଙ୍ଗା ଉଡି ଆସି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା ଜଳିବାକୁ ଲାଗି ଥିଲା। ସମ୍ଭାବ୍ୟ ବିପଦ କୁ ଦୃଷ୍ଟିରେ ରଖି ଟ୍ରେନର ଲୋକ ପାଇଲଟ ଟ୍ରେନ କୁ କେବିନ ନିକଟରେ ଦୁଇଟା ଚାରି ମିନିଟ ପର୍ଯ୍ୟନ୍ତ ଅଟକାଇ ଥିଲେ। ଏଣେ ଟ୍ରେନ ରେ ନିଆଁ ଲାଗିଥିବା ଖବର ଜାଣିବାକୁ ପାଇ ଯାତ୍ରୀ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏମିତି ବଡ ଘଟଣା ହୋଇ ନଥିବା ବେଳେ ସାମାନ୍ୟ ଯାଞ୍ଚ ପରେ ଟ୍ରେନ ପୁଣି ଗନ୍ତବ୍ୟ ସ୍ଥଳ ଛଡ଼ାଯିବା ଘୋଷଣା କରାଯାଇଥିଲା।