
ବସ୍ତା (ସେଖ ଆଜାରୁଦ୍ଦିନ) :-
ସାରା ଓଡିଶା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳ ରେ ରାଜ୍ୟ ରେ ଅଟଳ ବସ ଷ୍ଟାଣ୍ଡ ଏବଂ ବସ ଷ୍ଟାଣ୍ଡ ମାନଙ୍କ ରେ ଅଟୋମେଟେଡ଼ ଟେଷ୍ଟିଙ୍ଗ ଷ୍ଟେସନ ଗୁଡିକ ର ଭରଚୁଆଲ ଉଦଘାଟନ କରିଥିବା ବେଳେ ଅପରାହ୍ନ ପାଞ୍ଚ ଟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମାଥାନୀ ଠାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଦ୍ୱାରା ବସ ଷ୍ଟାଣ୍ଡ ର ଉଦଘାଟନ ଉତ୍ସବ ପାଳିତ ହୋଇ ଯାଇଛି.3,72,84,100 ଟଙ୍କା ବ୍ୟୟ ରେ 2.3 ଏକର ଜାଗା ରେ ନିର୍ମିତ ବସ ଷ୍ଟାଣ୍ଡ ରେ ସିକ୍ୟୁରିଟି ରୁମ, ପବ୍ଲିକ ପାର୍କିଙ୍ଗ,ଡ୍ରାଇଭର ରେଷ୍ଟ ରୁମ, ୱାସିଂ ପ୍ଲାଟଫର୍ମ, ଆଇଡ଼ିଏଲ ପାର୍କିଙ୍ଗ, ଲେଣ୍ଡସପାକିଙ୍ଗ, ପେଭର ବ୍ଲକ ସହିତ ମାର୍କେଟ ବିଲଡିଂ ର ବ୍ୟବସ୍ଥା ରହିଥିବା ଜଣାପଡିଛି.ତେବେ ଆଜିର କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହ ଏଡିଏମ ସୁଧାକର ନାୟକ, ଆରଟିଓ ରଶ୍ମି ରଂଜିତ ଦୋଳ ବେହେରା,ବିଜେପି ନେତା ରବୀନ୍ଦ୍ର ଅଣ୍ଡିଆ, ବିଡ଼ିଓ ମିହିର ରଞ୍ଜନ ବେହେରା, ତହସିଲଦାର ସୁଶାନ୍ତ ପଟ୍ଟନାୟକ, ଓଏସ ଆର ଟି ସି ର ତିରୁପତି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଜ଼ିରୋ ଦୁର୍ଘଟଣା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।