ବାରମ୍ବାର ବିଦ୍ୟୁତ କଟ ଓ ଲୋ-ଭୋଲଟେଜରେ ଲୋକେ ଅତିଷ୍ଠ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅଧିନରେ ଥିବା ଗ୍ରାମ ଓ ସହର ହେଉ ବା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରଭାବ ପାରଦ ବୟାଳିଶି ଡିଗ୍ରୀ ପାର୍ ହୋଇ ଅଛି ।ଡହ ଡହ ଖରା ରେ ଲୋକ ମାନେ ବାହାରକୁ ବାହାରି ପାରୁ ନାହାଁନ୍ତି । ସରକାର ବିଦ୍ୟୁତ କାଟ ହେବ ନାହିଁ ବୋଲି ଡେଙ୍ଗୁରା ପିଟୁଛନ୍ତି କିନ୍ତୁ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେବା ସହିତ ତା ସାଙ୍ଗକୁ ଲୋ ଭୋ ଲୁଟେଜେ ସମସ୍ୟାରେ ସନ୍ତୁଳି ହେଉଛନ୍ତି । ଭୀଷଣ ଗ୍ରୀଷ୍ମ ଲହରୀ ଯୋଗୁଁ ଲୋକମାନେ ଏସି,କଲର୍, ଓ ପଙ୍ଖାର ବହୁଳ ମାତ୍ରାରେ ବ୍ୟବହୃତ କରୁଛନ୍ତି । ଯେଉଁଥି ପାଇଁ ଓଭର ଲୋଡ଼ିଂ ସମସ୍ୟା ମଧ୍ୟ ବଢ଼ୁଛି । ଠିକ ଏତିକି ବେଳେ ରାଜ୍ୟ ବିଦ୍ୟୁତ ବିଭାଗରେ ଦେଖିବାକୁ ମିଳୁଛି ବିଚିତ୍ର ପ୍ରକାରର ନିୟମ ଟାଟା ପାୱାର ଅଧିନରେ କାମ କରୁଥିବା ଆଉଟ୍ ସର୍ଭିଙ୍ଗ ବିଦ୍ୟୁତ କର୍ମଚାରି ମାନଙ୍କୁ ଛଟେଇ କରାଯାଉଛି ଏବଂ ସେମାନେ ଆଜିକୁ ପ୍ରାୟ ଏକ ମାସ ହେବ ଧାରଣାରେ ବସିଛନ୍ତି । ଏପଟେ ଉପଦ୍ଭୋକ୍ତା ମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଟାଟା ପାୱାର ଅଧିନରେ ଯେତିକି ସ୍ଥାୟୀ କର୍ମୀ ଅଛନ୍ତି ସେମାନେ ମରାମତି କାମ ପାଇଁ ଯଥେଷ୍ଟ ନୁହନ୍ତି । ତେଣୁ ମଧ୍ୟାହ୍ନ ଓ ମଧ୍ୟ ରାତ୍ରୀରେ ବିଦ୍ୟୁତ କଟି ଗଲେ ମରାମତି ପାଇଁ କର୍ମ ଚାରି ଅଭାବ । କମ ସଂଖ୍ୟକ କର୍ମ ଚାରି ସବୁ ଆଡେ ଠିକ ସମୟରେ ପହଞ୍ଚି ମରାମତି କରି ପାରୁନାହାନ୍ତି । କିନ୍ତୁ ଟଟା
ପାୱାର ବିଦ୍ୟୁତ ଦେୟ ବଢେଇ ବାରେ ଲଗିଛନ୍ତି । ବାରମ୍ୱାର ବିଦ୍ୟୁତ କାଟ ଓ ଲୋ ଭୁଲୁଟେଜେ ଯୋଗୁଁ ବୟସ୍କ ଛୁଟ ପିଲାମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।
ଗ୍ରାମାଞ୍ଚଳ କଥା କହିଲେ ନସରେ ଯେମିତିକି ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଉପଭୋକ୍ତା ମାନେ ସରକାର ପାଇଁ ପୋକ ମାଛି । ସେମାନେ ସମାନ ବିଦ୍ୟୁତ ଦେୟ ଦେଉଛନ୍ତି ହେଲେ ଉପ ଯୁକ୍ତ ସେବା ପାଇ ପାରୁ ନାହାଁନ୍ତି । ଘନଘନ ବିଦ୍ୟୁତ କାଟ ହେବା ସହିତ ତା ସାଙ୍ଗକୁ ଲୋ ଭୋଲ ଟେଜେ ଯୋଗୁଁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସରକାର ଏଥିପ୍ରତିଧ୍ୟାନ ଦେବାକୁ ତାଳଚେର ଅଞ୍ଚଳ ବାସୀ ଦାବି କରିଛନ୍ତି ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
