ଜଙ୍ଗଲ ଜଳୁଛେ ସିନେମାର ପ୍ରେସ ମିଟ ବରଗଡ :୨୮/୦୫(ନି ପ୍ର )ପଶ୍ଚିମଓଡ଼ିଶାର ଲୋକ ସଂସ୍କୃତି, ଲୋକ ସାହିତ୍ୟ ଓ ପରମ୍ପରାକୁ ନେଇ ପ୍ରଥମ ଥର ପାଇଁ ସମ୍ବଲପୁରୀ/କୋଶଲି ଭାଷାରେ ଜଙ୍ଗଲ ଜଲୁଛେ ଫିଲ୍ମ ରିଲିଜ ହେବ । ଆସନ୍ତକାଲି ବରଗଡ଼ରେ ଏହି ଫିଲ୍ମକୁ ରିଲିଜ କରାଯିବ । ଫିଲ୍ମର କଥାବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ମିଶ୍ର ଏହି ଫିଲ୍ମ ଦର୍ଶକଙ୍କ ମନ ମୋହିବ ଓ ଏହାର ସଫଳ କାମନା କରିଛନ୍ତି । ସେହିପରି ଏହି ଫିଲ୍ମରେ ପଶ୍ଚିମଓଡ଼ିଶାର ଅନେକ କଳାକାର ଏଥିରେ ଅଭିନୟ କରିଥିବା ବେଳେ ଫିଲ୍ମ ତିଆରିରେ ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଦେଢ଼ ବର୍ଷ ଧରି ଏହି ଜଙ୍ଗଲ ଜଲୁୂଛେ ଫିଲ୍ମକୁ ସୁଟିଂ କରିବାକୁ ସମୟ ଲାଗିଥିଲା । ଏହି ଫିଲ୍ମରେ ୮ଜଣ ମୁଖ୍ୟ କଳାକାର ଅଭିନୟ କରିଥିବା ବେଳେ ସର୍ବମୋଟ ଦେଢ଼ ହଜାର କଳାକାର ଏଥିରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ମେ ୨୯ ତାରିଖ ଏହି ଫିଲ୍ମ ବରଗଡ଼ରେ ରିଲିଜ କରାଯିବ ବୋଲି ବରଗଡ଼ରେ ଆୟୋଜିତ ପ୍ରେସମିଟରେ ପ୍ରଯୋଜିକା, ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
