ଗତ କାଲି ସଂନ୍ଧ୍ୟା ସମୟରେ ହେଇ ଥିବା ବର୍ଷା ପବନ ଯୋଗୁ ଜୟଦେବ ବିହାର ଏନ୍ -୬ ଅଞ୍ଚଳ ରେ ଲାଇନ କଟି ଯାଇଥିଲା ଓ କେତେକ ସ୍ଥାନ ରେ ଟ୍ରାନ୍ସଫର୍ମର ସହ ତାର ମଧ୍ୟ ପୋଡ଼ି ଯାଇଥିଲା । ସେହି ସମୟ ରେ ଆମ ଅଞ୍ଚଳ ରେ ଥିବା ନିଗମ ହସ୍ପିଟାଲ ରେ ଏକ ପ୍ରେଗ୍ନେଣ୍ଟ ମହିଳା ଙ୍କ ର ଅତ୍ୟନ୍ତ ଜରୁରୀ ସମସ୍ୟା ଯୋଗୁ ତାଙ୍କର ଅପରେସନ ଜରୁରୀ ଥିଲା କିନ୍ତୁ ଲାଇନ୍ ନଥିବା ହେତୁ ଅପରେସନ ହେଇ ପାରିଲାନି ଏମିତି କି ବିଳମ୍ବ ଯୋଗୁ ପେଟରେ ଥିବା ପିଲା ର ଜୀବନ ପ୍ରତି ବିପଦ ଥିଲା । ଏହି ଭଳି ଏକ ସମସ୍ୟା ଏବଂ ଅନ୍ଧାର ରାତି ରେ ବିଜେପି , ଶ୍ରୀକୃଷ୍ଣ ମଣ୍ଡଳ ର ୱାର୍ଡ ନଂ ୨୭ ର ଦିବ୍ୟଜ୍ୟୋତି କର ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଇଲେକ୍ଟ୍ରି ଅଫିସ ଯାଇ ବହୁତ୍ କାକୁତି ମୀନତି ହୋଇ ଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ। JE, SDO ଙ୍କୁ ଫୋନ କରିଥିଲେ କିନ୍ତୁ ଫୋନ ବନ୍ଦ ଥିଲା । କିନ୍ତୁ ଦେବଦୂତ ଭଳି ସେହି ଡିପାର୍ଟମେଣ୍ଟ ର ଜଣେ କର୍ମଚାରୀ ଯୁଧିଷ୍ଠିର ଲେଙ୍କା ବାବୁ ତତ୍ପର ହୋଇ ନିଜ ସହକର୍ମୀ ମାନଙ୍କୁ ଠାବ କରି ଲାଗିପଡ଼ି ତାର ବଦଳାଇ ବହୁ କଷ୍ଟ ରେ ରାତି ୧ ରେ ଲାଇନ ଦେଇ ଗୋଟେ ମା ଏବଂ ଶିଶୁ କୁ ମରଣ ମୁହଁ ରୁ ବଞ୍ଚାଇଥିଲେ । ଏଭଳି ସରକାରୀ କର୍ମଚାରୀ ଙ୍କୁ ଶ୍ରୀକୃଷ୍ଣ ମଣ୍ଡଳ ପକ୍ଷରୁ ସାଧୁବାଦ ଜଣାଉ ରିପୋର୍ଟ୍ ଜୀବନ ଜ୍ୟୋତି ରଣା ଭୁବନେଶ୍ୱର
