କାଳବୈଶାଖୀ ରେ ରାଜେଶ ଙ୍କ ଘର ଭାଙ୍ଗିଲା
ବିଜାତଳା…..) କାଳବୈଶାଖୀ ପ୍ରଭାବ ରେ ବିଜାତଳା ବ୍ଲକ ର ମାଣିକପୁର ପଞ୍ଚାୟତ ପାଉଁଶିଆ ଗ୍ରାମରେ ଘର ଭାଙ୍ଗି କରି ଦେଇଛି ଅସହାୟ ପରିବାରକୁ l ସୂଚନା ଅନୁଯାଇ ଗ୍ରାମର ରାଜେଶ କୁମାର ମାରାଣ୍ଡି ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟ କାଳବୈଶାଖୀ ପ୍ରଭାବ ରେ ବଖରା ଘର ଚାଳ ର ଆସଜବେଷ୍ଟ୍ରl ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l ଘର ଭାଙ୍ଗି ଯିବା ଫଳରେ ଅସହାୟ ହୋଇଯାଇଛନ୍ତି ପରିବାର l ପାଟପୁର ନିରୀକ୍ଷକ ପ୍ରକାଶ କୁମାର ଶିଟ ପରିବାରଙ୍କୁ ପଲଥିନ(ପାଲ ) ଦେଇଛନ୍ତି ଏବଂ କ୍ଷୟକ୍ଷତି ଆକଳନ କରୁଛନ୍ତି l କାଳବୈଶାଖୀରେ ଗାଁରେ ଅନ୍ୟ କିଛି ପରିବାରରେ ମଧ୍ୟ କ୍ଷୟକ୍ଷତି ହୋଇଛି l କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।
