ତୃଟିପୂର୍ଣ୍ଣ ଆଧାର କାର୍ଡ କୁ ନେଇ ଲୋକେ କଲବଲ
ରିପୋର୍ଟ ମନୋଜ ରାଉତ
ତାଳଚେର ୨୮/୫(ନି ପ୍ର) ଆଜିକା ଦିନରେ ଯେ କୌଣସି ଣସି କାର୍ଯ୍ୟ ହେଉ କି, ସରକାରୀ, ବେସରକାରୀ କ୍ଷେତ୍ରରେ ହେଉ ଆଧାର ପ୍ରମାଣପତ୍ର ନିତ୍ୟାନ୍ତ ଜୋରୁରୀ ହୋଇପଡୁଛି। ଏପରିକି ବିନା ଆଧାର ପ୍ରମାଣପତ୍ରରେ ଲୋକଙ୍କର କୌଣସି କାର୍ଯ୍ୟ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି। ସବୁକ୍ଷେତ୍ରରେ ଆଧାର.. ଆଧାର.. ଆଧାର..! ସରକାରଙ୍କ ପକ୍ଷରୁ ଯେ କୌଣସି ଯୋଜନା ପ୍ରଣୟନ କରାଯାଉଛି ସେହି ଯୋଜନା କୁ ଯୋଗ୍ୟ ହିତାଧିକାରୀମାନେ ପାଇବା ଆଶାରେ ପ୍ରଥମେ ନିଜ ଆଧାର କାର୍ଡ କୁ ଦେଖୁଛନ୍ତି। ଆଧାର ପ୍ରମାଣପତ୍ରରେ କାହାର ନାମ ସଠିକ୍ ନଥିବା ବେଳେ କାହାର ପିତାଙ୍କ ନାମ , କିମ୍ବା ମୋବାଇଲ୍ ନମ୍ବର୍ ବିହୀନ ଆଧାରକାର୍ଡ ।ଏସବୁର ସଠିକତା କରିବାକୁ ହେଲେ ଲୋକମାନଙ୍କୁ ବହୁ ହଇରାଣ ହରକତ ମଧ୍ୟ ହୋଇଥିବା ଅନେକ ସମୟରେ ଦେଖାଯାଉଛି। ବର୍ତ୍ତମାନ ସରକାର ଙ୍କ ଦ୍ଵାରା ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଥିବା କୁ ନେଇ ମାଆମାନେ ଜନସେବା କେନ୍ଦ୍ର ରେ ଲମ୍ବା ଧାଡ଼ି କରି ଅନଲାଇନ ଆବେଦନ କରୁଛନ୍ତି। ଏବଂ କିଛି
ମାଆମାନଙ୍କର ଆଧାର କାର୍ଡ ତୃଟି ଯୋଗୁଁ ସେମାନେ ଆଧାର କାର୍ଡ କେନ୍ଦ୍ରରେ ମଧ୍ୟ ଭୋକ ଉପାସରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଛନ୍ତି।ଏଇ କିଛି ଦିନ ହେବ ବ୍ୟାଙ୍କ ଜନସେବା କେନ୍ଦ୍ର ପୋଷ୍ଟଅଫିସ୍ ଓ ଆଧାର କାର୍ଡ କେନ୍ଦ୍ରରେ ବର୍ତ୍ତମାନ ନାହିଁ ନଥିବା ଅସମ୍ଭାଳ ଭିଡ଼ ଲାଗି ରହୁଛି। ଯାହା ଫଳରେ ଲୋକଙ୍କ ର ଆଧାର କାର୍ଡ ପ୍ରମାଣପତ୍ର ରେ ତୃଟିପୂର୍ଣ୍ଣର ସୁଧାର ଆସୁଥିବା ବେଳେ ଆଉ କିଛି ବିରକ୍ତି ମନୋଭାବ କରି ନିରାଶାରେ ଘରକୁ ଫେରୁଥିବା ମଧ୍ୟ ଲକ୍ଷ କରାଯାଇଛି। କିଛି ଜନସାଧାରଣଙ୍କୁ ଏସମ୍ପର୍କରେ ପାଚାରିବାରୁ ସେ ପ୍ରକାଶ କରିଛନ୍ତି ତୃଟିପୂର୍ଣ୍ଣ ଆଧାର କାର୍ଡ କୁ ଠିକ୍ କରିବା ଲାଗି କାମଧନ୍ଦା ବନ୍ଦକରି ଆସିବାକୁ ପଡୁଛି। କିନ୍ତୁ ଯଦି ହଠାତ୍ କୌଣସି କାମ ପଡ଼ିଯାଏ ତେବେ ତାହା କରିବା ସମ୍ଭବ ହେଉନାହିଁ ଓ ଏହାକୁ ନେଇ ବହୁ ହଇରାଣ ହରକତ ମଧ୍ୟ ହେବାକୁ ମଧ୍ୟ ପଡ଼ିଛି ଅପରପକ୍ଷେ ଯେଉଁ ମାଆମାନେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ନିଜର ଆଧାର ପ୍ରମାଣପତ୍ରରକୁ ସଜାଡୁ ଛନ୍ତି , ସେମାନଙ୍କୁ ନୁତନ ଆଧାରକାର୍ଡ ପାଇବାକୁ ହେଲେ ଆଉ ଏକ ସପ୍ତାହ ସମୟ ଅପେକ୍ଷା କରିବାକୁ ପଡୁଛି। ତେଣୁ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କ ସୁବିଧା ନିମନ୍ତେ ତୃଟିପୂର୍ଣ୍ଣ ଆଧାର କାର୍ଡ କୁ କିପରି ସରଳ ଉପାୟରେ ଲୋକମାନେ ନିଜର ଆଧାର କାର୍ଡ ପ୍ରମାଣପତ୍ର କୁ ଠିକ୍ କରିପାରିବେ ସେ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ କଲେ ହୋଇରାଣ ହରକତ ହୋଇଥିବା ସର୍ବସାଧାରଣ ଏଥିରୁ ମୁକ୍ତି ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
