ପ୍ରକାଶିତ ଓଡିଶା ସିଭିଲ ସର୍ଭିସ ଫଳ ରେ ୧୧୩ ନମ୍ବର ରେଙ୍କ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କେସିଙ୍ଗା ର ସଂଗୀତା ସେଠୀ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କେସିଙ୍ଗା୨୭/୫. ସମୟ ସ୍ରୋତରେ ଯାହା ହାତଧରି ସଂସାର ରଥକୁ ଆଗକୁ ବଢାଇବାର ସ୍ୱପ୍ନ ଦେଖିଥିଲେ ସେ ବୃତ୍ତି ରେ ଥିଲେ ଜଣେ କାଠ ମିସ୍ତ୍ରୀ । ତଥାପି ମନରେ ଦୁଃଖ ନ ଥିଲା । ପାଠ ପଢ଼ାରେ କମି ନଥିଲା ରୁଚି । ବିବାହ ପରେ ପଣ କରିଥିଲେ ପାଠ ପଢି ବଡ଼ ଚାକିରୀ କରିବେ ଓ ନିଜ ପରିବାର ର ବଳ ସାଜିବେ । ଦୃଢ଼ ଇଛାଶକ୍ତି ଓ ଗଭୀର ପ୍ରଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ମଣିଷ ସଫଳତା ପାଇଥାଏ । ପରିସ୍ଥିତି ଇଛାଶକ୍ତି ପାଖରେ ହାର ମାନିଥାଏ । ଏହାକୁ ପ୍ରମାଣିତ କରିଛନ୍ତି କେସିଙ୍ଗା ର ଜଣେ ଗ୍ରୁହୁଣୀ । ପ୍ରକାଶିତ ଓଡିଶା ସିଭିଲ ସର୍ଭିସ ଫଳ ରେ ୧୧୩ ନମ୍ବର ରେଙ୍କ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କେସିଙ୍ଗା ର ସଂଗୀତା ସେଠୀ । ସଂଗୀତା ବିବାହିତ । ସେ ବିଭାହ କରିବାପରେ ବି ପାଠ ପଢ଼ାପ୍ରତି ରୁଚି ରଖିଥିଲେ । ସାଧାରଣତଃ ବିବାହ ପରେ ପାରିବାରିକ ଜଞ୍ଜାଳ ମଧ୍ୟରେ ନାରୀଟିଏ ସୀମିତ ରହିଯାଏ । ହେଲେ ସଂଗୀତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ପରିବାର ଜଞ୍ଜାଳ । ସେ ବିବାହାପରେ ସ୍ନାତକ ଓ ପରେ ଭବାନୀପାଟଣା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟରୁ ଅର୍ଥନୀତିରେ ପିଜି କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି । ଜଣେ ଗ୍ରୁହୁଣୀର ଦାୟିତ୍ବ ସହିତ ସେ ଓଡିଶା ସିଭିଲ ସର୍ଭିସ ପାଇଁ ପରୀକ୍ଷା ଦେଇଥିଲେ ଆଉ ତାଙ୍କୁ ସଫଳତା ମିଳିଛି । କେସିଙ୍ଗା ର ବଇଁଶୀ ଧର ପ୍ରଧାନ କୁ ବିବାହ କରିଥିଲେ ସଂଗୀତା । ପେଶାରେ ଜଣେ କାଠ ମିସ୍ତ୍ରୀ ଥିବା ବଇଁଶୀ କେବେ ସଂଗୀତାଙ୍କ ପାଠ ପଢ଼ାରେ ବାଧା ଦେଇନଥିଲେ । ଓଲଟି ତାଙ୍କୁ ଉତ୍ସାହିତ କରିଥିଲେ । ତାଙ୍କର ସଫଳତା ପାଇଁ ସେ ତାଙ୍କ ସ୍ୱାମୀ,ତାଙ୍କ ବାପା ମା ଓ ତାଙ୍କୁ ଗାଇଡ଼ କରୁଥିବା ମେଣ୍ଟର କୁ ଶ୍ରେୟ ଦେଇଛନ୍ତି ସଂଗୀତା । ଅନେକ ଆଡୁ ସଂଗୀତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି । କେସିଙ୍ଗା ର କନକ ଜୈନ ଚତୁର୍ଥ ସ୍ଥାନ ପାଇଥିବା ବେଳେ ସଂଗୀତା ୧୧୩ ସ୍ଥାନ ଆଣି ଉଭୟ କେସିଙ୍ଗା ତଥା ଜିଲ୍ଲା ପାଇଁ ଗୌରଭ ଆଣିଛନ୍ତି । ହେଲେ ଏକ ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇବା ଏତେ ସହଜ ହୋଇନଥାଏ । ତେଣୁ ସଂଗୀତାଙ୍କ ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟ ହେବ ।
