କ୍ରସର ର କୁଆଁରୀ ରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ର ମୃତ୍ୟୁ।
ରେଢ଼ାଖୋଲ ୨୭.୫(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଚାରମାଳ ଥାନା ଅଧୀନ ହେଲେଇ ଗ୍ରାମ ସ୍ଥିତ କ୍ରସର ର କୁଆଁରୀରେ ବୁଧୁବାର ଦିନ ବିଦ୍ୟୁତ ସମ୍ପର୍ଶ୍ୱରେ ଆସି ଜଣେ କ୍ରସର୍ ଶ୍ରମିକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଯୁବକ ଜଣଙ୍କ ହେଲେ ଅନଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ଟେନ୍ତେଲାପାଣି ଗ୍ରାମ ବାସିନ୍ଦା ସୌମ୍ୟ ରଞ୍ଜନ ନାୟକ। ସୂଚନା ଯୋଗ୍ୟ ଯେ ଏହି ହେଲେଇ କ୍ରସର ଠାରେ ଗତ ୧୪ ତାରିଖରେ କାର୍ଯ୍ୟରତ ସମୟରେ ପଶ୍ଚିମବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର ସନ୍ଦୀପ ସରକାର ମୃତ୍ୟୁ ବରଣ କରିଥିଲେ। ପୁଣି ଆଜି କ୍ରସର୍ କୁଆଁରୀ ରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ସୌମ୍ୟ ରଞ୍ଜନ ପାଣିରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଏଥିରେ ହେଲେଇ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ଏହି ପଥର କ୍ରସର୍ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଶ୍ରମିକଙ୍କୁ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇ ମୃତକ ଶ୍ରମିକଙ୍କ ମୃତଦେହ ଛାଡିନଥିଲେ। ଏହା ଜାଣିବା ପରେ ଘଟଣା ସ୍ଥଳରେ ଚାରମାଳ ଥାନା ଅଧିକାରୀ ବେଦପ୍ରକାଶ ନନ୍ଦ, ରେଢ଼ାଖୋଲ ବିଡିଓ ରାଜେନ୍ଦ୍ର ନାରାୟଣ ସେନାପତି, ତହସିଲଦାର ରାମ ଗୋବିନ୍ଦ ପରିଡ଼ା ପହଁଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ। ତା ସହିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
