“ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ବାଉଁଶଲୁଣ୍ଡି ଗ୍ରାମପଞ୍ଚାୟତ ରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ।
ଭଞ୍ଜନଗର -୨୬/୦୫ (ରିପୋର୍ଟ-ପ୍ରଫୁଲ୍ଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ “ଆମ ଗଞ୍ଜାମ ସ୍ଵଛ ଗଞ୍ଜାମ” ଅଭିଯାନ କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇବା ପାଇଁ ଭଞ୍ଜନଗର ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତ ରେ ଆରମ୍ଭ ହୋଇଛି ଏକ ବଡ ଧାରଣର ପ୍ଲାଷ୍ଟିକ ମୁକ୍ତ ସଫେଇ କାର୍ଯ୍ୟକ୍ରମ। ଏହି ବାଉଁଶଲୁଣ୍ଡି ପଞ୍ଚାୟତ ତରଫରୁ ଢ଼ୁଢ଼ୁଆ -ଶ୍ରୀ ବାଞ୍ଚେଶ୍ୱର ମନ୍ଦିର ର ପାରିପାର୍ଶିକ ଆଞ୍ଚଳରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ ଙ୍କ ତତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ଉଦ୍ଧବ ମିଶ୍ର, PEO- ଯମୁନା ଯାନୀ, ADEO- ଶ୍ରୀକାନ୍ତ ଡାକୁଆ, BRC- ସୁବାସିନୀ ନାୟକ,SEM- ପ୍ରଫୁଲ୍ଲ କୁମାର ମହାରଣା, ସମାଜସେବୀ- ଭଞ୍ଜ କୁମାର ପ୍ରଧାନ, ୱାର୍ଡ ସଭ୍ୟ- ସନ୍ତୋଷ କୁମାର ସାହୁ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ। କେବଳ ନେତା ଓ ଅଧିକାରୀ ନୁହନ୍ତି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ସ୍ଵେଛା ସେଵୀ ମାନେ ହାତରେ ଝାଡୁ ଓ କୋଦାଳ ଧରି ସାରା ଅଞ୍ଚଳକୁ ସଫା କରିଥିଲେ। ସଂଗୃହିତ ଅଳିଆ, ଆବର୍ଜନା କୁ ବର୍ଜ୍ୟ ବସ୍ତୁ ଗାଡି ସାହାଯ୍ୟ ରେ ବାହାର କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣ କାରୀ ପ୍ରତି ମଙ୍ଗଳ ବାର ଦିନ ଏହିପରି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ଓ ନିଜ ଅଞ୍ଚଳକୁ ସବୁବେଳେ ସ୍ୱଚ୍ଛ ଓ ସୁନ୍ଦର ରଖିବେ ବୋଲି ଶପଥ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସନୋଜ,ବିଦେଶୀ, ସୁରେନ୍ଦ୍ର, ଗୋପାଳ, ଜାପୁନି, ନଳିନୀକାନ୍ତ, କୁନି, ସଞ୍ଜୁ, କାଳିଆ, ଅଙ୍ଗନାୱାଡିକର୍ମୀ, SHG ଗ୍ରୁପ ଓ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳ ରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହେବବୋଲି ଆଶା କରାଯାଉଛି।
