ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ଯାଜପୁର ( ନିରୋଜ କୁମାର ସେଠୀ) ବ୍ରହ୍ମ ବରଦା ଥାନା ଅର୍ନ୍ତଗତ ମଙ୍ଗଳ ପୁର ପଞ୍ଚାୟତ କୋଠିଢିଅ ଗ୍ରାମ ର ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। କୋଠିଢିଅ ଗ୍ରାମ ର ଅଖିଳ ଚନ୍ଦ୍ର ନାୟକଙ୍କ ପୁଅ ଆୟୁଷ କାନ୍ତ ନାଏକ (୨୯) ବର୍ଷ ହୋଇ ଥିବା ବେଳେ ମୁତ୍ୟୁ କାରଣ ଜଣାପଡି ନାହି। ଖବର ନେବାରେ ଜଣା ପଡିଛି ଆୟୁଷ କାନ୍ତ ନିଜର ସମ୍ପର୍କୀୟ ଙ୍କ ବିବାହ ଭୋଜିରୁ ଆସି ତାଙ୍କ ରୁମରେ ଶୋଇଥିଲେ। ଖଜା ଦିନ ୧୧ ଟା ବେଳ ପର୍ଯ୍ୟନ୍ତ ସେ ନ ଉଠିବାରୁ ଘର କବାଟ ବାଡ଼େଇ ଥିଲେ ସେ କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ଦେଖିଲା ବେଳକୁ ଆୟୁଷ କାନ୍ତ ବେକରେ ଏକ ଶାଢ଼ି ଗୁଡ଼ାଇ ଫଖାରେ ଝୁଲୁ ଥିବାର ଦେଖି ବାକୁ ପାଇଥିଲେ।ପରିବାର ଲୋକେ ତଳକୁ ଆଣିଲା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇ ଥିଲା।ଏ ନେଇ ତାଙ୍କ ବାପା ବ୍ରହ୍ମ ବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଧର୍ମ ଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ତାଂକ ପରିବାରକୁ ଶବ ହସ୍ତାନ୍ତର କରିଥିଲେ। ବ୍ରହ୍ମବରଦା ଥାନାର କେସ ନ_୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଏ ଏସ ଆଈ ଲକ୍ଷ୍ମୀ ଧର ରାଜ ସୁଚନା ଦେଇଛନ୍ତି।
