ରଘୁନାଥପୁର ବ୍ଲକ ଅଞ୍ଚଳର ବିଭିନ୍ନ ନଳକୂପ ସବୁ ଅଚଳ, ହେଲେ ମରାମତି କରାନଯାଇ ନୂଆ ନଳକୂପ ବସା ଚାଲିଛି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ୧୯ ଗୋଟି ଗ୍ରାମ ପଞ୍ଚାୟତରେ ନଳକୂପ ସବୁ ଏକ ପ୍ରକାର ଅଚଳ ହୋଇପଡ଼ି ରହିଛି । ଯଦି ସରକାରୀ ନଳକୂପ ଅଚଳ ହୁଏ ତେବେ ଲୋକେ ପାନୀୟଜଳ ପାଇଁ ଭରଷା କରିବେ କାହା ଉପରେ ?? ରଘୁନାଥପୁର ଅଞ୍ଚଳର ସମସ୍ତଙ୍କ ଘରେ ଘରେ ନଳକୂପ ଥିବାବେଳେ କେବଳ କିଛି ରାଜନେତା ଓ ଠିକାଦାର ମାନଙ୍କୁ ପୋଷିବା ପାଇଁ ମନମୁଖୀ ନଳକୂପ ବସିଯାଉଛି। ଯେଉଁ ନଳକୂପ ନୂଆ ସବୁ ବସୁଛି କାହା ଦୋକାନ ପାଖରେ ତ କାହା ପରିବା ବାରିରେ ଖରାଦିନେ ପାଣି ମଡାଇବାର ସବୁ ବ୍ୟବସ୍ଥା କରିଦିଆ ଯାଉଛି, ଏହି ନଳକୂପ ଦ୍ଵାରା କୌଣସି ପଥଚାରୀ ବି ପାଣି ମୁଁଦିଏ ପିଇ ପାରୁନାହିଁ । ବହୁ ସ୍ଥାନରେ ନୂଆ ନଳକୂପ ଗୁଡିକର ବିଲ ସବୁ ଯଥା ଶୀଘ୍ର ହେଉଥିବା ବେଳେ ତାହା କିନ୍ତୁ ଅଚଳ ହୋଇ ପଡିରହିଛି। ନଳକୂପ କେଉଁ ସ୍ଥାନରେ ଲାଗିବ ବା ସେଥିରେ କିଏ ସବୁ ଉପକୃତ ହେବେ ତାହା କିଛି ଦେଖା ଯାଉନାହିଁ କି ସ୍ଥାନ କନିଷ୍ଠ ଯନ୍ତ୍ରୀ ମାନେ ନିର୍ଦ୍ଧାରଣ ନକରି ବା କିଭଳି ବସିଛି ତାର ତଦାରଖ ବି କରାନଯାଇ ବିଲ କରିଦିଆ ଯାଉଛି କେଉଁ ଅଧିକାରୀଙ୍କ ପ୍ରରୋଚନାରେ ?? ରଘୁନାଥପୁର ବ୍ଲକ ଅଞ୍ଚଳର କେତେକ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ସେଥି ମଧ୍ୟରୁ ଗୁଆଳିପୁର, ବଡକୋରକୋର, ତଅଁରା, ରେଢୁଆ, ଖର୍ଦ୍ଧାସାହି, କୁଳସାହି, ରଘୁନାଥପୁର, ଛପଡା, ପୁରୁଣାବସନ୍ତ, ଜଗନ୍ନାଥପୁର, ବରାଗୋଳ ଓ ତରିକୁନ୍ଦ ଆଦି ଅଞ୍ଚଳରେ ଥିବା ନଳକୂପ ଗୁଡିକ କେବଳ କାଗଜ କଲମରେ ବଞ୍ଚି ରହିଥିବା ପରିମନେ ହେଉଛି। ବସୁଧା ଯୋଜନାରେ ମିଳୁଥିବା ପାଣି ବି ଏପର୍ଯ୍ୟନ୍ତ ଲୋକ ମାନଙ୍କ ଘରକୁ ଯୋଗାଇ ଦିଆଯାଇ ପାରିନାହିଁ। ନଳକୂପ ସବୁ ଅଚଳାବସ୍ଥା ରେ ଥିବା ବେଳେ ବିଭାଗୀୟ ଅଧିକାରୀ ବା ଗାଁ ଗାଁ ରେ ନିଯୁକ୍ତି ପାଇଥିବା
ଏସ ଇ ଏମ୍ ମାନେ ବି ତାହାର ରକ୍ଷଣା ବେକ୍ଷଣ ଉପରେ ଆଦୌ ଗୁରୁତ୍ଵ ଦେଉନାହାନ୍ତି ବରଂ ସେମାନେ କହୁଛନ୍ତି ଯେ ମରାମତି ପାଇଁ ଯଥେଷ୍ଟ ସାମଗ୍ରୀ ସବୁ ନାହିଁ, ଯେବେ ସାମଗ୍ରୀ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେବ ତେବେ କାର୍ଯ୍ୟକ୍ଷମ କରିବା ସମ୍ଭବ ହେବ । ଅଚଳ ନଳକୂପ ସବୁ କେଉଁଠି ଅଛି ଓ ମରାମତି କାହିଁ ହେଉନାହିଁ ବୋଲି ସୂଚନା ଅଧିକାର ଆଇନ୍ ବଳରେ ସୂଚନା ମଗାଯାଇଥିଲେ ବି ତାହା ପ୍ରଦାନ କରାଯାଉ ନାହିଁ, ତେଣୁ ଏହି ନୂତନ ନଳକୂପ ଖନନ ଓ ମରାମତି ଉଦେଶ୍ୟରେ କେତେ ଟଙ୍କା ସବୁ ବାଟମାରଣା କରାଯାଇଛି ତାର ତଦନ୍ତ କରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି l
