ଆଗରପଡ଼ା ଥାନାରେ ଯୁବନ୍ତିକା କାର୍ଯ୍ୟକ୍ରମ
ବନ୍ତ /ଆଗରପଡ଼ା,(ନିପ୍ର) ଓଡ଼ିଶା ପୋଲିସ ଓ ୟୁନିସେଫ ମିଳିତ ସହଯୋଗରେ ଆଗରପଡ଼ା ଥାନା ପରିସରରେ ଯୁବନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ରାଜେଶ ସେଠୀ ଓ ସବଇନ୍ସପେକ୍ଟର ଆଭାରାଣୀ ପରିଡ଼ା ଉପସ୍ଥିତ ରହି ନାରୀମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏଲଇଡି ମାଧ୍ୟମରେ ବିଭିନ୍ନ ସଚେତନତା ଧର୍ମୀ କାଯ୍ୟକ୍ରମକୁ ଉପଭୋଗ କରିଥିଲେ । ଥାନା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
