*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାନମହେଶ୍ୱର ଠାରୁ ଖଡ଼ିଆଳ ବୋଡ଼େନ ଛକ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜୀବ ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ପୂର୍ଣଚନ୍ଦ୍ର ପାଢ଼ୀ ସାମିଲ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୦/୦୮
ନୂଆପଡ଼ା ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ସେବା ଦଳ ପକ୍ଷ ରୁ ଖଡ଼ିଆଳ ସାନମହେଶ୍ୱର ଠାରୁ ଖଡ଼ିଆଳ ଅଗ୍ରେଶନ ଧର୍ମଶାଲା ପର୍ଯ୍ୟନ୍ତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜୀବ ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ପୂର୍ଣଚନ୍ଦ୍ର ପାଢ଼ୀ ସାମିଲ ହୋଇ ଯୁବ ଗୋଷ୍ଠୀଙ୍କୁ ଦେଶ ସୁରକ୍ଷା ରେ ତାଙ୍କ ମତତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ କଂଗ୍ରେସ ଦଳୀୟ ନେତା କମଲ ଚରଣ ତାଣ୍ଡି ଙ୍କ ନେତୃତ୍ୱ ନେଇଥିବା ବେଳେ କଂଗ୍ରେସ ନଗର ସଭାପତି ପ୍ରବୀଣ ପଟ୍ଟନାୟକ ସହ ନୂଆପଡ଼ା ମିଡିଆ ସେଲ ସୁଧୀର ମିଶ୍ର , କୋମନା ସହାରୁକ୍ ଖାନ୍, ଶତାଧିକ କର୍ମୀ ଯୋଗ ଦେଇଥିଲେ। ୫୦୦ ରୁ ଉର୍ଦ୍ଧ ଯୁବ ବର୍ଗ ସାମିଲ ହୋଇଥିବା ବେଳେ ଉତ୍ତର ପ୍ରଦେଶର ସତିଶ ବର୍ମା ପ୍ରଥମ ହୋଇଥିଲେ। ତାଙ୍କୁ ୨୦ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିବା ବେଳେ ପୁରୁଷ ବର୍ଷ ଦ୍ୱିତୀୟ ସ୍ଥାନ ପନ୍ଦର ହଜାର ଏବଂ ତୃତୀୟ ସ୍ଥାନ କୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।
