କୋରାପୁଟ /08/05
ଟାଉନ ଥାନା ରେ ଜୁଣେଭା କାଯ୍ୟକ୍ରମ ଅନୁଷ୍ଠିତ l
ଆଜି କୋରାପୁଟ ଟାଉନ ଥାନା ପରିସରରେ ଜୁଣେଭା କାଯ୍ୟକ୍ରମ କୋରାପୁଟ ଏସ ପି ରୋହିତ ବର୍ମା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି l ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଠନ ଉପରେ ଏକ ଆଲୋଚନା କାଯ୍ୟକ୍ରମ ହେବା ସହ ଜିଲ୍ଲା ର ସମସ୍ତ 25ଗୋଟି ଥାନା ରେ ଏହି କାଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିବାର ଜଣାପଡିଛି l ପିଲାମାନେ ବି ଭବିଷ୍ୟତ ରେ କଣ ହେବେ ସେ ଉପରେ ନିଜର ମତ ବ୍ୟକ୍ତ ଅତିଥି ଙ୍କ ନିକଟରେ ଉପସ୍ଥାପନା କରିଥିଲେ ଏପରିକି ପିଲାଙ୍କୁ ଥାନା ଆଉ ଥାନା ର କାଯ୍ୟ ଉପରେ ବିଭାଗୀୟ ଅଧିକାରୀ ମାନେ ଅବଗତ କରିଥିଲେ ଏପରିକି କିଛି ପିଲା ଭବିଷ୍ୟତ ରେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏସ ପି ତାଙ୍କୁ ଦିଗଦର୍ଶନ ଦେଇଥିଲେ l ଆଜିର କାଯ୍ୟକ୍ରମ ରେ କୋରାପୁଟ ଏସ ଡିପିଓ ଟାଉନ ଓ ସଦର ଥାନା ଅଧିକାରୀ ସମେତ ପିଲାଙ୍କ ଅଭିଭାବକ ଉଭୟ ଥାନା ର କର୍ମଚାରୀ ଏ ଅବସରରେ ଉପସ୍ଥିତ ଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
