
*ନୂତନ ବିଇଓଙ୍କ ଯୋଗଦାନ
*କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ହରଭଙ୍ଗା:- ହରଭଙ୍ଗା ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ହାଡିବନ୍ଧୁ ବେହେରା ଯୋଗଦାନ କରିଛନ୍ତି l ସେ ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଗତ ମାର୍ଚ୍ଚ ୧୦ ତାରିଖରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ବଦଳି ପରେ ଦୀର୍ଘ ୨ ମାସ ହେଲା ଉକ୍ତ ପଦବୀ ଖାଲି ପଡ଼ିଥିଲା l ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ପରେ ବ୍ଲକରେ ରହିଥିବା ୧୮୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସମ୍ବନ୍ଧୀୟ ପରିଚାଳନା ସଠିକ ଭାବରେ ପରିଚାଳିତ ହେବ ବୋଲି ଆଶା କରାଯାଉଛି l ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l