
ପୋଖରୀରେ ବୁଡି ଶୁଶୁପୁତ୍ର ମୃତ
ସୋର: ସୋର ବ୍ଲକ ପାଖର ପଞ୍ଚାୟତ କଳମଙ୍ଗା ଗ୍ରାମ ର ଘର ନିକଟରେ ଥିବା ଏକ ପୋଖରୀରେ ବୁଡି ଜଣେ ୨ ବର୍ଷ ବାଳକ ର ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ବେହେରା ଙ୍କ ପୁଅ ଆୟୁଷ୍ମାନ ବେହେରା। ଆଜି ମଧ୍ୟହ୍ନରେ ଆୟୁଷ୍ମାନ ଘର ନିକଟ ରେ ଖେଳୁଥିବା ବେଳେ ଘର ଲୋକଙ୍କ ଅଗୋଚର ରେ ଘର ପଛପଟ ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଉକ୍ତ ପୋଖରୀରୁ ଅୟୁଷମାନ କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।