ପୁଣି ଭୋଟ ହେଲେ ପାଇବେ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ପାଇବେ ଭତ ା ଅପେକ୍ଷା ୨୯୦୦ ହିତାଧିକାରୀ,
ବେତନଟୀ ୦୫/୫ ( ନିପ୍ରୋ) : ବେତନଟୀ ବ୍ଲକ ର ୨୪ ଟି ଗ୍ରାମ ପଂଚାୟତ ଅଞ୍ଚଳ ରେ ଆଜିକୁ ଦୁଇ ବର୍ଷ ହେବ ୨୯୨୭ ଜଣ ଯୋଗ୍ୟ ଥିବା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ମନେ ଆବେଦନ କରି ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ହିତାଧିକାରୀ ମାନେ କେବେ ଭତ୍ତା ପାଇବେ ଏମାନେ ଜାଣି ନ ଥିବା ବେଳେ ବାରମ୍ବାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ ଏମାନଂକୁ କେବେ ଭତ୍ତା ମିଳିବ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଉ ପାରିନାହିଁ। ଏଭଳିକି ଭତ୍ତା ପାଉଥିବା ଯୋଗ୍ୟ ହିତାଧିକାରୀ ଙ୍କ ମୃତ୍ୟୁ ହେଲାପରେ ସେହି ସ୍ଥାନ ରେ ଅନ୍ୟ ଜଣେ ଯୋଗ୍ୟ ହିତାଧିକାରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଭତ୍ତା ପ୍ରଦାନ କରି ସାନ୍ତ୍ୱନା ଦେଉଛନ୍ତି। ଏହି ଆବେଦନକାରି ଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଧ୍ଵ ହୋଇଥିବା ବେଳେ ଏଭଳିକି ବୃଦ୍ଧ ମାନଙ୍କୁ ୮୦ ବର୍ଷରୁ ଉର୍ଧ୍ଵ ହୋଇଥିଲେ ମଧ୍ୟ ଭତ୍ତା ପାଇପାରିନାହାନ୍ତି।ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଥିବା ଆବେଦନ କାରୀଙ୍କୁ ବେତନଟୀ ବ୍ଲକ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଛି। ନିର୍ବାଚନ ସାରିବା ଠାରୁ ଆବେଦନକାରୀଙ୍କୁ ଦୁଇ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ଏହି ଆବେଦନକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ। ବିଶେଷ ସୂଚନା ରୁ ଜଣା ଯାଇଛି ଯେ ନୂତନ ସରକାର ଆସିବା ଠାରୁ ବେତନଟୀ ବ୍ଲକ କାର୍ଯ୍ୟାଳୟ କୁ ଲକ୍ଷ୍ୟ ଧାର୍ଯ୍ୟ ଆସି ନ ଥିବାରୁ ଭତ୍ତା ଆବେଦନକାରି ଙ୍କୁ ଭତ୍ତା ପାଇବାରେ ବିଳମ୍ବ ହୋଇଛି।ଏ ସମ୍ପର୍କ ରେ କଂଗ୍ରେସ ଦଳ ର ବେତନଟୀ ବ୍ଲକ ସଭାପତି କୁଶଧର ବେହେରା ଙ୍କୁ ପଚାରିବାରୁ ସେ କୁହନ୍ତି ସରକାର ନିର୍ବାଚନ ପୂର୍ବରୁ ୩୦୦୦ ଟଙ୍କା ଭତ୍ତା ଦେବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ତାହାତ ଦେବା ଦୂର କଥା ୧୦୦୦ ଟଙ୍କା ଭତ୍ତା ଦେବା ପାଇଁ ଚଳିତ ସରକାର ପଛଘୁଞ୍ଚା ଦେଉଛନ୍ତି।ସେହିପରି ବେତନଟୀ ବ୍ଲକ ର ଯୁବ ସଂଗଠକ ତଥା ସମାଜ ସେବୀ ଅଜିତ କୁମାର ସାହୁ ଙ୍କୁ ପଚାରିବାରୁ ସେ ମଧ୍ୟ କୁହନ୍ତି ଗ୍ରାମାଞ୍ଚଳ ରେ ବୃଦ୍ଧ ବୃଦ୍ଧା ମାନେ ଅଭାବୀ ସଂସାର ମଧ୍ୟରେ ଦିନ କାଟୁଛନ୍ତି। ସେମାନେ ଅର୍ଥ ଅଭାବରୁ ଅସୁସ୍ଥ ହେଲେ ଔଷଧ କିଣି ଖାଇବାରୁ ବଞ୍ଚିତ ହେଉଛନ୍ତି। ସେମାନ ଙ୍କୁ ୬୦ ବର୍ଷ ପୂରଣ ହେବା ମାତ୍ରେ ଭତ୍ତା ଟଙ୍କା ସରକାର ପ୍ରଦାନ କରିଲେ ସବୁ ହିତାଧିକାରୀ ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ କରିଛନ୍ତି। ଏ ସମ୍ପର୍କ ରେ ବେତନଟୀ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ରୁଦ୍ରନାରାୟଣ ସିଂଘ ଙ୍କୁ ପଚାରିବାରୁ ସେ କୁହନ୍ତି ଦୁଇ ବର୍ଷ ମଧ୍ୟରେ ୩୭୦୦ ରୁ ଉର୍ଧ୍ଵ ଆବେଦନ କରି ଭତ୍ତା ପାଇଁ ଆବେଦନ କରିଥିଲେ। ସେଥି ମଧ୍ୟରୁ ସେମାନଙ୍କ କାଗଜପତ୍ର ଯାଞ୍ଚ ପରେ ଯୋଗ୍ୟ ଥିବା ୨୯୨୭ ଜଣ ହିତାଧିକାରୀ ଙ୍କୁ ବେତନଟୀ ବ୍ଲକ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ପଠାଇଦିଆଯାଇଛି। ସେଠୁ ଅଧିକାରୀଙ୍କ ନିର୍ଦେଶ ପରେ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।
