ତେଣ୍ଟେଇସୁଣୀ କମିଟି ର ବୈଠକ, ପର୍ଯ୍ୟଟନ ସ୍ଥଳୀ ଦାବି
କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତର ସମାଟାଙ୍ଗୀ ଗ୍ରାମ ନିକଟବର୍ତ୍ତୀ ଟେଣ୍ଟେଇଶୁଣୀ ଠାକୁରାଣୀ କମିଟି ର ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀ ରୂପେ ଦାବି କରାଯାଇଛି l କମିଟିର ସଭାପତି ରମେଶ ଚନ୍ଦ୍ର ଖେମକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଉପଯୋଲ୍ଲାପାଳ ଦିନମଣି ନାୟକ ଯୋଗଦେଇ କମିଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସନ୍ତୋଷ ଜନକ ହୋଇ ପାରୁଥିବା ବେଳେ ଏଭଳି ମନ୍ଦିରର ଉର୍ନ୍ନତୀ ସକାଶେ Handling ବିଭାଗ ପକ୍ଷରୁ ଉର୍ନ୍ନୟନ ସକାଶେ ପଦକ୍ଷେପ ନିଆଗଲେ ଏ ଅଞ୍ଚଳର ଉର୍ନ୍ନତିରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର,ସମାଜ ପାଠକ ବିଚାର ମଞ୍ଚ ର ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସାହୁ, ସଭାପତି ଜ୍ଞାନରଞ୍ଜନ ମିଶ୍ର, ଆବାହକ ଶୁଭମୟ ନନ୍ଦ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ପ୍ରମୁଖ ଏହି ପୀଠ କୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା ପାଇଁ ଦାବି ଉପସ୍ଥାପନ କରିଥିଲେ l ଗ୍ରାମର ବରିଷ୍ଠ ସଦସ୍ୟ ତୃପ୍ତିରଞ୍ଜନ ବିଶ୍ୱାଳ ମନ୍ଦିର ର ଉର୍ନ୍ନତୀ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ l କମିଟିର ସଂପାଦକ ସନ୍ଦୀପ କୁମାର ମିଶ୍ର (ବାବା) ଧନ୍ୟବଦ ଦେଇଥିଲେ l
