ବାଲିମେଳା ଠାରୁ କଟକ ନୂତନ ଦୃତଗାମି ବସ ର ଶୁଭ ଆରମ୍ଭ
ବାଲିମେଳା ତା:- ୦୩/୦୫/୨୦୨୬ ।
(ସୁକୁମାର ମଣ୍ଡଳ )
ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମ ମଧ୍ୟରୁ ବାଲିମେଳା ନଗର ଅନ୍ୟତମ ପୁରାତନ ଗ୍ରାମ ଅଟେ। ମୁଖ୍ୟତଃ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ଏଵଂ ପୋଟରୁ ଜଳ ସେଚନ ପ୍ରକଳ୍ପ ନିମନ୍ତେ ପ୍ରଶିଦି ଅଟେ। ଏହି ପ୍ରକଳ୍ପ ନିମନ୍ତେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସି ବିଭିନ୍ନ ପଦବୀ ରେ କାର୍ଯ୍ୟ ଗତ ଅଛନ୍ତି। ଏତତ୍ ବେତିତ ବିଭିନ୍ନ ଜିଲ୍ଲା ରୁ ଲୋକୋ ମାନେ ଆସି ଏଠାରେ ସ୍ତାହି ବାସିନ୍ଦା ରୂପେ ବସତି ସ୍ଥାପନ କରୁଛନ୍ତି। ଯେହୁଁ ମାନେ ବାହାର କୁ ଯିବା ପାଇଁ ଇଛା ପ୍ରକାଶ କଲେ ଗୋଟିଏ ଭଲ ବସ ର ସୁବିଧା ନଥିବା ଯୋଗୁ ପ୍ରାୟତ ସମସ୍ତେ ଜୟପୁର ଯାଇ ସେଠାରୁ ଅନ୍ୟ ସୁଭିଦା ଜନକ ବସ କିମ୍ୱା ରେଳପଥ ଯିବା ପାଇଁ ପସନ୍ଦ କରିଆସୁଥିଲେ । ଏଥି ସମନ୍ଦେ ବିଭିନ୍ନ ଅଧିକାରୀ ଙ୍କୁ ସ୍ଲିପର୍ ଓ ଏ ସି ବସ ଚଳାଚଳ ପାଇଁ ଅନୁରୋଧ କରିଥିଲେ ।
ପ୍ରକାଶ ଥାଉ କି ଗତ କାଲି ତଥା ତା:-୦୨/୦୫/୨୦୨୬ ଠାରୁ ଏକ ଅଭିଯାତ୍ୟ ପୂର୍ଣ୍ଣ ୪୨ସିଟ୍ ବିଶିଷ୍ଟ ସ୍ଲିପର୍ ବସ ବାଲିମେଳା ଠାରୁ କଟକ (ଭାୟା:- ସାଲୁର)ପର୍ଯ୍ୟନ୍ତ ଶୁଭ ଆରମ୍ଭ ହୋଇଅଛି । ଏହି ବସ ଟି ବାଲିମେଳା ଠାରୁ ଅପରାହ୍ନ ୪.୦୦ଘଟିକାରୁ ଆରମ୍ଭ ହୋଇ ସକାଳ ୬.୩୦ ଘଟିକା ରେ ଗତ୍ୟବ ସ୍ତଳ ରେ ପହଞ୍ଚିବ । ସେହି ପରି ଭୁବନେଶ୍ୱର ରୁ ସନ୍ଧ୍ୟା ୮.୦୦ଘଟିକା ସମୟ ରେ ବାହାରି ବାଲିମେଳା ରେ ୮.୦୦ ଘଟିକା ସମୟ ରେ ପହଞ୍ଚିବ । ଏଥିରେ ସ୍ଥାନୀୟ ବାଲିମେଳା ତଥା ଆଖ ପାଖ ଗ୍ରାମ ର ଜନ ସାଧାରଣଙ୍କ ମନରେ ଖୁସୀର ଲହରି ଖଳିଯାହିଛି ।ଏହି ବସ ର ଆରମ୍ଭ ପାଇଁ ବାଲିମେଳା ଘରୋଇ ବସ ମୁଖ୍ୟ ପରିଚାଳକ ଶ୍ରୀ ନିକାଶ ରଞ୍ଜନ ମହାନ୍ତି ଙ୍କ ପ୍ରତ୍ୟକ୍ଷ ସହଯୋଗ ଥିଲା । ଏହି ବସରେ ଯିବା ପାଇଁ ହେଲେ ଅଗ୍ରୀମ ଟିକେଟର ସୁବିଧା ମଧ୍ୟ ରହିଛି ତେଣୁ ଯେ କୌଣସି ଯାତ୍ରୀ ଅଗ୍ରୀମ ଟିକେଟ ନେଇ ଯାତ୍ରା କରି ପାରିବେ ବୋଲି ଟିକେଟ କାଉଣ୍ଟର ର ନିକାଶ ମହାନ୍ତି ଓ ରୁପେଶ ମହାନ୍ତି କହିଛନ୍ତି।
