ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଶତପ୍ରତିଶତ ସଫଳତା।
—————————————
ବେଲଗୁଣ୍ଠା-୦୩/୦୫ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା)ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା-2026 ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ର 23 ଜଣ ଶିଶୁ ପରୀକ୍ଷା ଦେଇ ସମସ୍ତ ଶିଶୁ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁଷ୍ଠାନର ଛାତ୍ର ଶ୍ରୀ ଚନ୍ଦ୍ରଶେଖର ସେଠୀ -523 ନମ୍ବର ଏବଂ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଜେନା -509 ନମ୍ବର ରଖି( A2) ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ B1- ୧୧ ଜଣ ଶିଶୁ ଓ B2- 9 ଜଣ ଶିଶୁ ଏବଂ ଜଣେ ଶିଶୁ C ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଶତ ପ୍ରତିଶତ ସଫଳତା ଆଣିପାରି ଛନ୍ତି । ଏହି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ, ଏବଂ ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କ ଅକ୍ଲାନ୍ତ ଭୂମିକା ରହିଅଛି ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ର ବିନ୍ଦୁ ପାଲଟିଛି। ବେଲଗୁଣ୍ଠା ଅଞ୍ଚଳ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଗ୍ରଣୀ ଭୂମିକା ଗ୍ରହଣ କରିଛି।ଏଣୁ ଉତୀର୍ଣ୍ଣ ହୋଇଥିବା ଶିଶୁ ଙ୍କ ଉତ୍ତରତର ଉନ୍ନତି ଓ ଭବିଷ୍ୟତ କିପରି ଉଜ୍ଜଳ ମୟ ହେଉ ଅନୁଷ୍ଠାନ ପକ୍ଷରୁ ସମସ୍ତ ଶିଶୁଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି ।
