ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ “Dainty ଗୁରୁକୃପା ଆବାସିକ ବିଦ୍ୟାଳୟ” ର ଶତପ୍ରତିଶତ ସଫଳତା।
—————————————
ଭଞ୍ଜନଗର -୦୩/୦୫ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା)ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା-2026 ରେ “Dainty ଗୁରୁକୃପା ଆବାସିକ ବିଦ୍ୟାଳୟ,” ଭଞ୍ଜନଗର ର 31 ଜଣ ଶିଶୁ ପରୀକ୍ଷା ଦେଇ ସମସ୍ତ ଶିଶୁ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁଷ୍ଠାନର ଛାତ୍ର ସତ୍ୟମ ସ୍ୱାଇଁ -487 ନମ୍ବର,ଶୁଭମ ଆପଟ -485 ନମ୍ବର, ସୁମିତ କୁମାର ପ୍ରଧାନ -483 ନମ୍ବର, ଗୌତମ ପ୍ରଧାନ -480 ନମ୍ବର, ଏବଂ ରୁଦ୍ର ପ୍ରଧାନ -480 ନମ୍ବର ରଖି (A2) ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ B1- 09 ଜଣ ଶିଶୁ ଓ B2- 13 ଜଣ ଶିଶୁ ଏବଂ C-3 ଜଣ ଶିଶୁ ଓ ଜଣେ ଶିଶୁ D ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଶତ ପ୍ରତିଶତ ସଫଳତା ଆଣିପାରି ଛନ୍ତି । ଏହି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ, ଏବଂ ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କ ଅକ୍ଲାନ୍ତ ଭୂମିକା ରହିଅଛି ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ର ବିନ୍ଦୁ ପାଲଟିଛି। ଭଞ୍ଜନଗର ଅଞ୍ଚଳ ରେ Dainty ଗୁରୁକୃପା ଆବାସିକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।ଏଣୁ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ଙ୍କ ଉତ୍ତରୋତ୍ତର ଉନ୍ନତି ଓ ଭବିଷ୍ୟତ କିପରି ଉଜ୍ଜଳ ମୟ ହେଉ ଅନୁଷ୍ଠାନ ପକ୍ଷରୁ ସମସ୍ତ ଶିଶୁଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
