ରଘୁନାଥପୁର ବ୍ଲକ ଦଶମ ବୋର୍ଡ ପରୀକ୍ଷାରେ ୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏ୧ ।
ରଘୁନାଥପୁର(ନି.ପ୍ର): ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ୨୫ଟି ସ୍କୁଲର ସମୁଦାୟ ୧୧୩୪ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିଛନ୍ତି। ଏମକେସି ହାଇସ୍କୁଲ ଦେଉଳିର ଛାତ୍ର ବିଶ୍ବରଂଜନ ମହାପାତ୍ର ୫୪୭,ପଲ୍ଲୀପ୍ରଭା ହାଇସ୍କୁଲ ତିହଡାର ଅନିମେଶ ଦାଶ ୫୪୬, ସାହିଲ ମହାପାତ୍ର ୫୪୬, ଅଭିପ୍ସା ମହାପାତ୍ର ୫୪୦,ବିଶ୍ୱଜିତ ନାୟକ ୫୪୦, ସୁଭସ୍ମିତା ଦାସ ୫୪୦, ବର୍ତ୍ତି-ପାଟେଣି ଗାଁ ହରିକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ସୁକନ୍ୟା ଦାଶ ୫୪୧ , ଗୁଆଳିପୁର ମହେଶ୍ୱର ନୋଡାଲ ହାଇସ୍କୁଲର ସୌମ୍ୟାଶ୍ରୀ ପ୍ରଧାନ ୫୪୦ ଓ ଗନାଇଲୋ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଇପ୍ସିତା ପ୍ରିୟଦର୍ଶିନୀ ମହାନ୍ତି ୫୪୦ ନମ୍ବର ରଖି ଏ ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ମଣ୍ଡଳ ସହ ଶିକ୍ଷାଧିକାରୀ ଆଶୁତୋଷ ବାନାର୍ଜୀ ପ୍ରକାଶ କରିଛନ୍ତି। ସେହିପରି ଏ ୨ରେ ୩୭ଜଣ, ବି ୧ ରେ ୧୦୨, ବି୨ରେ ୧୦୬, ସି ଗ୍ରେଡରେ ୨୯୬,ଡି ଗ୍ରେଡରେ ୨୯୯ ଏବଂ ଇ ଗ୍ରେଡରେ ୧୬୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୦ଜଣ ଫେଲ୍ ହୋଇଥିବା ରଘୁନାଥପୁର ସହ ଶିକ୍ଷା ଅଧିକାରୀ ଜଣାଇଛନ୍ତି। ଗୁଆଳିପୁର ମହେଶ୍ଵର ନୋଡାଲ ହାଇସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ପ୍ରଧାନ ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ଏତେ ଅଧିକ ନମ୍ବର ରଖିବାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନା, ବୁଦ୍ଧିଜୀବୀ ମହଲରୁ ଜ୍ଞାନରଞ୍ଜନ ପଟ୍ଟନାୟକ, ଅଶୋକ କୁମାର ସ୍ଵାଇଁ, ହୃଷୀକେଶ ଦାସ, ସର୍ବେଶ୍ଵର ପଟ୍ଟନାୟକ, ଦିଲୀପ କୁମାର ବାରିକ, ସୁଧାଂଶୁ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ତପନ ମହାରଣା ଓ ଧର୍ମଦେବ ଦାସ ପ୍ରମୁଖ ଝିଅ ର ଉଜଳ ଭବିଷ୍ୟତ କାମନା କରିଛନ୍ତି ।
