**ସାମ୍ବାଦିକ ମାନଙ୍କ ଦାବିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ* ନୂଆପଡ଼ା(ମିଖାଏଲ ନନ୍ଦ)
ତା -୧/୫
ସାମ୍ବାଦିକ ମାନଙ୍କ ୩ଗୋଟି ଦାବି ନେଇ ଶୁକ୍ରବାର ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଙ୍ଘ(ଏନଡିୟୁଜେ) ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘ ସମ୍ପାଦକ ମକାରୁ ବେମାଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ଏକତ୍ରିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସାମ୍ବାଦିକଙ୍କୁ ପେନସନ, ପ୍ରୋଟେକସନ୍ ଓ ଆକ୍ରେଡିସନ ତିନିଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହିସବୁ ଦାବି ଯଥାଶୀଘ୍ର ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ଚେତାବନୀ ଦେଇଛି । ଏହି ସମୟରେ ସଂଘ ପୂର୍ବତନ ଜିଲ୍ଲା ସଭାପତି ସୁଶାନ୍ତ କର,ବରିଷ୍ଠ ସାମ୍ବାଦିକ ମୃତ୍ୟୁଞ୍ଜୟ ପଣ୍ଡା,ଯୁଧିଷ୍ଠିର ପଟେଲ,ରମାକାନ୍ତ ବନଛୋର,ଉପେନ୍ଦ୍ର ମଟାରି,ଜଗଦୀଶ ପଟେଲ,ଭାଗ୍ୟବାନ ମାଝୀ,ଗଣେଶ ଚନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିଲେ ।
