*ଚିକିଟିରେ ଡିଜିଟାଲ ଓ ପ୍ରିଣ୍ଟ ମି ଡିଆ ସଂଘ ଗଠିତ*
ଚିକିଟି, -ଚିକିଟି ବ୍ଲକରେ କାର୍ଯ୍ୟରତ ବିଭିନ୍ନ ଡିଜିଟାଲ ଓ ପ୍ରିଣ୍ଟ ମେଡିଆର ସାମ୍ବାଦିକ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଭୋଏସ ଅଫ୍ ମେଡିଆର ଜିଲ୍ଲା ସଂଯୋଜକ ଶ୍ରୀ ନିଗମାନନ୍ଦ ପଣ୍ଡାଙ୍କ ଆବାହନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦ ର ଚିକିଟି ପ୍ରତିନିଧି ବିଭୂଧେନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ବାର ଜଣ ସାମ୍ବାଦିକ ଯୋଗଦେଇଥିଲେ। ଶ୍ରୀ ଯୁକ୍ତ ପାଢ଼ୀ ତାଙ୍କ ଦୀର୍ଘ ବର୍ଷର ସାମ୍ବାଦିକତା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଗୁଡିକ ବର୍ଣ୍ଣନା କରିବା ସହ ବର୍ତ୍ତମାନର ସମୟରେ ସଙ୍ଗଠିତ ହେବା ଜରୁରୀ ବୋଲି ପ୍ରକାଶ କରିଥିଲେ।ଆବାହକ ଶ୍ରୀ ନିଗମାନନ୍ଦ ପଣ୍ଡା ଜାତୀୟ ଓ ରାଜ୍ୟସ୍ତରୀୟ ସଂଗଠନର ବିଭିନ୍ନ ଯୋଜନା ଓ ସରକାର ଙ୍କ ଆଭିମୁଖ୍ୟ ଜଣାଇଥିଲେ। ଏହି ସଂଘ ରାଜ୍ୟ ଡିଜିଟାଲ ଓ ପ୍ରିଣ୍ଟ ମେଡିଆ ସହ ଅନୁବନ୍ଧିତ ହେବାକୁ ସମସ୍ତେ ରାଜି ହୋଇଥିଲେ। ସର୍ବସମ୍ମତି କ୍ରମେ ସମସ୍ତେ ନିଜ ନିଜ ପରିଚୟ ପତ୍ର ସହ ଆସନ୍ତା ୧୦ତାରିଖରେ ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ। ଆସନ୍ତା ବୈଠକରେ ଅନ୍ୟ ସାମ୍ବାଦିକ ଭାଇମାନଙ୍କ ଯୋଗଦାନ ପରେ ଚିକିଟି ର ସାମ୍ବାଦିକ ମାନଙ୍କୁ ନେଇ କର୍ମକର୍ତ୍ତା ଚୟନ କରାଯିବ ବୋଲି ସ୍ଥିର ହୋଇଥିଲା।ଆଜି ର ବୈଠକ ରେ ଦୁର୍ଗା ମହାରଣା, ନରସିଂହବେହେରା, ଶ୍ରୀବତ୍ସ ସାହୁ, କୃଷ୍ଣ ପାଢ଼ୀ, ରତିକାନ୍ତ ପାଢ଼ୀ, ଶୁଭେନ୍ଦୁ ଶତପଥୀ, ଅରୁଣ କୁମାର ପଣ୍ଡା,ସାମ୍ବାଦିକ ମିଟୁ ଚୈଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
