*ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଜିଲ୍ଲା ରେ ୧୩ ଜଣ ପରିକ୍ଷାର୍ଥି ଏ ୱାନ ରେ ଉତ୍ତୀର୍ଣ୍ଣ , ପାସ୍ ହାର ୯୮.୮୭ ହୋଇଥିବା ବେଳେ ଓଡ଼ିଶା ରେ ନୂଆପଡ଼ା ୬ ନମ୍ବର ଜିଲ୍ଲା*
ନୂଆପଡା (ମିଖାଏଲ ନନ୍ଦ) ତା:୦୨.୦୫.
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଜିଲ୍ଲା ରେ ୧୩ ଜଣ ପରିକ୍ଷାର୍ଥି ଏ ୱାନ ରେ ଉତ୍ତୀର୍ଣ୍ଣ , ପାସ୍ ହାର ୯୮.୮୭ ହୋଇଥିବା ବେଳେ ଜିଲ୍ଲାପାଳ ଶିକ୍ଷା ବିଭାଗ କୁ ସାଧୁବାଦ ଜଣାଇଛନ୍ତି। ଜିଲ୍ଲା ର ୧୫୫ ଗୋଟି ସ୍କୁଲ ରୁ ୯୫୮୭ ଜନ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ୧୮୪ ଜଣ ଅନୁପସ୍ଥିତ ରହିଥିଲେ। ୯୨୦୮ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିଲେ। ସେଥିମଧ୍ୟରୁ ୧୩ ଜନ ଏ ୱାନ, ୨୨୬ ଏ ଟୁ,୧୧୧୧ ବି ୱାନ,୨୩୭୩ ବି ଟୁ, ୨୬୬୬ ସି,୨୧୩୦ ଡି, ୬୮୪ ଇ ରେ ପାସ ହୋଇଥିବା ବେଳେ ୨୦୦ ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି।
