
ମାଆ ବାପାଙ୍କ ଝଗଡ଼ାରେ ଅଟୋରୁ ଖସି ପଡ଼ିଲା ପୁଅ, ଥାନାରେ ହେଲା ସମାଧାନ
ସୋର : ମା ର ମମତା ସବୁବେଳେ ଆଗରେ ସବୁ ଭଲପାଇବା ଉପରେ ଶ୍ରେଷ୍ଠ ଓ ମହାନ। ମାଆ ନ ଥିଲେ ଏ ଦୁନିଆ ଅନ୍ଧକାର ଦେଖାଯାଏ। ମାଆର ଅନାବିଳ ମମତା ସବୁବେଳେ ଶାଶ୍ୱତ, ଚିରନ୍ତନ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ଆଜିକାଲି ସମାଜରେ ଏମିତି କିଛି ମାଆଙ୍କ କାରନାମା ପ ପାଇଁ ବିଚରା ସନ୍ତାନ ଅସହାୟ ଅନାଥ ହୋଇପଡ଼େ।ଏମିତି କିଛି ଘଟଣା ବୁଧବାର ମଧ୍ୟାହ୍ନରେ ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଆଧାରରେ ଜଣେ ମହିଳାଙ୍କ ସ୍ୱାମୀ ଓ ପୂର୍ବତନ ପ୍ରେମିକଙ୍କ ଧସ୍ତାଧସ୍ତିରେ ଚଳନ୍ତା ଅଟୋରୁ ନାବାଳକ ଖସି ପଡି ଆହତ ହୋଇଛନ୍ତି। ସୂଚନା ଅନୁସାରେ ରେମୁଣା ହରିପୁର ଅଂଚଳର ଜଣେ ମହିଳା ବିହାରରେ ବିବାହ କରିଥିବା ବେଳେ ଗତ କିଛିଦିନ ତଳେ ନିଜ ବାପ ଘର ରେମୁଣାକୁ ଆସିଥିଲେ। ଆଜି ମଧ୍ୟାହ୍ନରେ ଏକ ଅଟୋରେ ନିଜର ୭ ବର୍ଷର ନାବାଳକ ପୁଅ ଓ ପୂର୍ବତନ ପ୍ରେମିକଙ୍କ ସହ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ତାଙ୍କ ସ୍ବାମୀ ଖବର ପାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ପହଂଚି ଅଟୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅଟୋଟି ନଅଟକିବାରୁ ମହିଳାଙ୍କ ସ୍ୱାମୀ ଓ ପୂର୍ବତନ ପ୍ରେମିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଅଟୋରେ ଥିବା ନାବାଳକ ଜଣଙ୍କ ଚଳନ୍ତା ଅଟୋରୁ ଖସିପଡିଥିଲେ। ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲେ। ପରେ ଥାନାରେ ବୁଝାସୁଝା ହୋଇ ରାଜିନାମା ଲେଖିବା ପରେ ଘରକୁ ଫେରିଥିବା ଜଣାପଡିଛି।