ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପିତାମ୍ବର ତେଲଡିହା ପଦା ଠାରେ
ତ୍ରିନାଥ ଗୋସେଇଁ ଯୁବକ ସଙ୍ଘ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ କିଶମର ବୃକ୍ଷ ରୋପଣ କରାଯାଇଥିଲା। ଯେପରି ନଡ଼ିଆ ଗଛ, ଲିଚୁଗଛ, ଆମ୍ବ ଗଛ, ଲେମ୍ବୁଗଛ, ସପେଟା ଗଛ ସମେତ ଅନ୍ୟ ଗଛ ସବୁ ରୋପଣ କରାଯାଇଥିଲା। ପ୍ରହ୍ଲାଦ ବିଶ୍ୱାଳ, ଶିବପ୍ରସାଦ ମହାନ୍ତି ,ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ବଳରାମ ପଣ୍ଡା, ଭାସ୍କର ବିଶ୍ୱାଳ, ପ୍ରଶାନ୍ତ କୁମାର ବେହେରା, ସନ୍ତୋଷ ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ, ସଂଗ୍ରାମ ମହାରଣା,ରତ୍ନାକର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗଛ ରୋପଣ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ |
