ବଡ଼ସାହି .. ବଡ଼ସାହି ସ୍ଥିତ ତାରିଣୀ ଗେଷ୍ଟ୍ ହାଉସ ଠାରେ ନୂତନ ଠିକାଦାର ବ୍ ସଂଘ ଗଠନ କରାଯାଇଛି ।
ବଡ଼ସାହି ବ୍ଲକର ସମସ୍ତ ସରକାରୀ ସୀକୃତିପ୍ରାପ୍ତ ଠିକାଦାର ୦.୧୦% ଠାରୁ ଅଧିକ ଲେସ୍ ଟେଣ୍ଡର ପକାଇବେ ନାହିଁ କିମ୍ବା ବାହାର ଜିଲ୍ଲାରୁ ଠିକାଦାରଙ୍କୁ କାମ କରିବାକୁ ଦେବେ ନାହିଁ ବୋଲି ମିଳିତ ଭାବେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। । ସମସ୍ତ ଠିକାଦାରଙ୍କ ସହମତି କ୍ରମେ ସଭାପତି ପରେଶ ଚନ୍ଦ୍ର ଦଳେଇ, ସମ୍ପାଦକ ଶାନ୍ତନୁ ସିଂ, ଉପଦେଷ୍ଠା ଭାବେ ତାପସ କୁମାର ନାୟକ , ପ୍ରବୀର ସାହୁ, ପ୍ରଦୀପ ମହାନ୍ତି ଏବଂ କୋଷାଧକ୍ଷ ଗୌତମ ମହାକୁଡ଼ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ଜିଲ୍ଲା ସଂଘ କାର୍ଯ୍ୟକର୍ତ୍ତା ନନ୍ଦୋଲାଲ ମିଶ୍ର, ପ୍ରଦୀପ କୁମାର ପାତ୍ର, ସନ୍ଦୀପ କୁମାର ପତି ତଥା ଅନ୍ୟାନ୍ୟ ପ୍ରମୁଖ ଠିକାଦାର ଉପସ୍ଥିତରହି ଠିକାଦାରଙ୍କ ମଧ୍ୟରେ ଉତ୍ତମ ସମନ୍ନୟ ଏବଂ ଏକତା ବଜାଇରଖିଲେ ଜିଲ୍ଲାସଂଘ ସବୁ ସମୟରେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯଦି କେହି ଠିକାଦାର ସଂଘ ନିଷ୍ପତ୍ତିକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ସଭାପତି ଚେତାବନୀ ଦେଇଛନ୍ତି। ଏହି ସଭାକୁ ବିଶ୍ୱଜିତ୍ ଦାସ ପରିଚାଳନ କରିଥିବାବେଳେ ଆୟଜକ ଭାବେ ଲକ୍ଷ୍ମୀନାରାୟଣ ସେନାପତି ଏବଂ ବାପୁନ୍ ପାତ୍ର ସହଯୋଗ କରିଥିଲେ। ପ୍ରକାଶ ଥାଉକି ସରକାର ଫେବୃଆରି ମାସରେ ଶତକଡ଼ା ଲେସ୍ ଧାର୍ଯ୍ୟକୁ ଉଚ୍ଛେଦ କରି ଉନ୍ନଲିମିଟେଡ୍ କରିଛନ୍ତି । ଯାହାଦ୍ୱାରା ଠିକାଦାର ଖଣ୍ଡେ କାମ ପାଇବା ପାଇଁ ଅତ୍ୟଧିକ କମ୍ ଦରରେ ଚୁକ୍ତି କରୁଛନ୍ତି।ଏଭଳି ହେଲେ କାର୍ଯ୍ୟର ମାନଦଣ୍ଡ ନିଶ୍ଚିତ ଭାବେ ଖରାପ ହେବ। ଏହାକୁ ବିରୋଧ କରି ପୂର୍ବରୁ ଅଲ ଓଡ଼ିଶା ମିଳିତ ଠିକାଦାର ସଂଘ ଲୟାର ପିମଜିରେ ଗଣଧାରଣା ଦେଇଥିଲା। ପରେ ରାଜ୍ୟସରକାର ଏଥି ପାଇଁ ନିଷ୍ପତି ନେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ସେଥି ପାଇଁ ଓଡ଼ିଶାର ପ୍ରତେକ ଜିଲ୍ଲାର ଠିକାଦାର ନିଜନିଜ ଜିଲ୍ଲା ଏବଂ ବ୍ଲକରେ କମିଟି ଗଠନକରି ଏହି ନିୟମକୁ ପ୍ରତିବାଦ କରୁଛନ୍ତି।
